ଆଜିଠୁ ଦେଶରେ ନୂଆ ଜିଏସ୍‌ଟି

0

ଓଡ଼ିଆ ନ୍ୟୁଜ୍: ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ। ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟି। ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା।୧୨% ଓ ୨୮% ଜିଏସ୍‌ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ।ଅଧିକାଂଶ ସାମଗ୍ରୀ ଶସ୍ତା, ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ ଟିକସ।

ମୋଦି ସରକାରଙ୍କ ପୂଜା ଭେଟି । ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍‌ଟି । ୩ ସେପ୍ଟେମ୍ବର, ଜିଏସ୍‌ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ସାରାଦେଶରେ ଲାଗୁ ହୋଇଛି  । ଫଳରେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ଯିବ ।

ରାସନ ସାମଗ୍ରୀ ଏବଂ କ୍ଷୀର ଉତ୍ପାଦ ଠାରୁ ଆରମ୍ଭ କରି ଟିଭି, ଏସି, ଏବଂ କାର୍ ଏବଂ ବାଇକ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ପରିବର୍ତ୍ତନ ହୋଇ ପୂର୍ବାପେକ୍ଷା ଆଜିଠାରୁ ଶସ୍ତା ହେବ । ମଧ୍ୟମ ଆୟବର୍ଗର ଲୋକଙ୍କ ସଞ୍ଚୟକୁ ବଢ଼ାଇବ । ଯୁବବର୍ଗଙ୍କୁ ମଧ୍ୟ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର । ଜିଏସଟି ସଂସ୍କାର ଅଧୀନରେ, ସରକାର ଅନେକ ସାମଗ୍ରୀ ପାଇଁ ସ୍ଲାବ ପରିବର୍ତ୍ତନ କରିଛନ୍ତି ଏବଂ ଅନେକ ସାମଗ୍ରୀକୁ ଜିଏସଟିରୁ ମୁକ୍ତ ମଧ୍ୟ କରିଛନ୍ତି । ବର୍ତ୍ତମାନ ଶୂନ୍ୟ ଜିଏସଟି ଅଧିନରେ ଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଖାଦ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.