ଆସିଲା ରେଳବାଇର ନୂଆ ନିର୍ଦ୍ଦେଶାନାମା, ୧୦ ଗୁଣା ବଢିଲା ଅନୁକମ୍ପା ରାଶି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନୂଆ ନିର୍ଦ୍ଦେଶାନାମା ଆଣିଲା ରେଳବାଇ। ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି ଘୋଷଣା କରିଛି ରେଲେଓ୍ଵ। ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଲେଓ୍ଵ ପକ୍ଷରୁ କୁହାଯାଇଛି । ଜାରି ସୂଚନା ଅନୁଯାୟୀ, ଟ୍ରେନ୍ ଦୁର୍ଘଟଣା ଓ ଅତର୍କିତ ଭାବେ ଘଟୁଥିବା ଅନ୍ୟ ଘଟଣା ଯୋଗୁ ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ପୂର୍ବରୁ ରେଳବାଇ ପକ୍ଷରୁ ୨୦୧୨ ଓ ୨୦୧୩ ମସିହାରେ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ କରାଯାଇଥିଲା।

ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ ୨୫ ହଜାରରୁ ବୃଦ୍ଧି କରାଯାଇ ଅଢେଇ ଲକ୍ଷ ଟଙ୍କା କରାଯାଇଛି। । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କା ମିଳିବ । ଏହି ନିୟମ ୧୮ ସେପ୍ଟେମ୍ବରରୁ ଲାଗୁ ହୋଇଛି । ଏହାବାଦ ଅତର୍କିତ ଘଟଣା ଯେପରି ଟ୍ରେନ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ୍ରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନୀ ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ । ଏପରି ଘଟଣାରେ ମୃତ୍ୟୁମୁଖରେ ପଡ଼ୁଥିବା ଯାତ୍ରୀଙ୍କୁ ଦେଢ ଲକ୍ଷ, ଗୁରୁତରଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ମିଳିବ ।

ପୂର୍ବରୁ ଏହି ରାଶି ଯଥାକ୍ରମରେ ୫୦ ହଜାର, ୨୫ ହଜାର ଓ ୫ ହଜାର ଟଙ୍କା ଥିଲା। ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ୧୦ ଦିନ ପର୍ଯ୍ୟନ୍ତ ୩ ହଜାର ଟଙ୍କା ପ୍ରତିଦିନ ମିଳିବ । ଗୁରୁତର ଆହତ ମାମଲାରେ ପ୍ରତି ୬ ମାସ ଯାଏଁ ଦିନକୁ ୧,୫୦୦ ଟଙ୍କା ମିଳିବ । ମେଡିକାଲରେ ଭର୍ତ୍ତି ହେବାର ୫ ମାସ ପର୍ଯ୍ୟନ୍ତ ପ୍ରତି ୧୦ ଦିନ ଅବଧି କିମ୍ବା ଡିସଚାର୍ଜ ତାରିଖ ଦିନ ପର୍ଯ୍ୟନ୍ତ ଦିନକୁ ୭୫୦ ଟଙ୍କା ମିଳିବ ।

Leave A Reply

Your email address will not be published.