ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଭାରତରେ ଆଜି ଜନତାଙ୍କ ନେତୃତ୍ୱର ସରକାର ପରିଚାଳିତ ହେଉଛି । ଏଠିକାର ବ୍ୟବସ୍ଥାର ପରିଚାଳନା ଅନ୍ୟମାନଙ୍କ ପାଇଁ ମଡେଲ ସାଜିଛି । ଭାରତ ହରାଇ ଥିବା ନିଜର ବିଶ୍ୱାସକୁ ଫେରିପାଇଛି ।
ଭବିଷ୍ୟତକୁ ନେଇ ଆଶାବାଦୀ ନୂଆ ଭାରତ
ଲୋକତନ୍ତ୍ର ଉପରେ ନିରନ୍ତର ବିଶ୍ୱାସ ଦେଶକୁ ବଢିବାରେ ସହାୟତା କରୁଛି । ପିଏମ ମୋଦି କହିଛନ୍ତି, ଭାରତ ନିଜର ଅତୀତକୁ ନେଇ ଗୌରବାନ୍ୱିତ ସେତିକି ଜ୍ଞାନକୌଶଳରେ ଆଗୁଆ, ବିଜ୍ଞାନରେ ଆଗୁଆ, ବିଭିନ୍ନ ପ୍ରକାର ନୂଆ ନୂଆ କାମକରିବାରେ ଆଗୁଆ, ଭବିଷ୍ୟତ ପାଇଁ କାମ କରିବାରେ ବି ଆଗୁଆ ହୋଇପାରିଛୁ । ମୁଁ ଲହୁଣି ମାରିବାରେ ନୁହେଁ, ପଥରରେ ଗାର ଟାଣି କାମ କରିବାକୁ ପସନ୍ଦ କରେ ।
ଭାରତ-ଜାପାନ ସହଭାଗିତାର ବଡ ଉଦାହରଣ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମୁମ୍ବାଇ -ଅହମ୍ମଦାବାଦ ହାଇସ୍ପିଡ ରେଳ ବ୍ୟବସ୍ଥା ଅଛି, ଦିଲ୍ଲୀ-ମୁମ୍ବାଇ ଇଣ୍ଡଷ୍ଟ୍ରିଆଲ କରିଡର ଅଛି, ଫ୍ରିଟ କରିଡୋର ରହିଛି ଏବୁ ଭାରତ-ଜାପାନ ସହଭାଗିତାର ବଡ ଉଦାହରଣ ।