ଦିଗପହଣ୍ଡି ରାଜନୀତିରେ ନୂଆ ମୋଡ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଗୋପାଳ ସମାଜର ସଭାପତିଙ୍କୁ ଦିଗପହଣ୍ଡି ବିଜେଡି ଟିକେଟ ଦେବା ପାଇଁ ଦାବି କରି ସାମ୍ବାଦିକ ସମ୍ମିଳନୀ କରାଯାଇଛି | ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟବର୍ତୀ ଗୋପାଳ ସମାଜ ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା |  ଯେଉଁଥିରେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇଥିବା ବେଳେ ଗୋପାଳ ସମାଜର ୬୦ ରୁ ୭୦ ପ୍ରତିଶତ ଭୋଟ ଥିବାରୁ ଗୋପାଳ ସମାଜର ସଭାପତିଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେବାକୁ ଦାବି ଉଠିଛି |

ଗତ ୧୪ ରୁ ୧୫ ବର୍ଷ ଭିତରେ ରାଜ୍ୟ ଭିତରେ ଗୋପାଳ ସମାଜର କୌଣସି ବ୍ୟକ୍ତିତ୍ୱଙ୍କୁ କୌଣସି ଦଳ ପ୍ରତିନିଧିତ୍ବ କରିନଥିବା ବେଳେ ଗୋପାଳ ସମାଜ ରାଜନୀତିରୁ ଅବହେଳିତ ଭାବରେ ରହିଆସୁଛି | ଯେ କୌଣସି ପ୍ରାର୍ଥୀଙ୍କୁ ବିଜୟ କରାଇବାରେ ସମ୍ପୂର୍ଣ ଗୋପାଳ ସମାଜର ୬୦-୭୦ ପ୍ରତିଶତ ଭୋଟ ରହିଥିବା ବେଳେ ଆଗାମୀ ଦିନରେ ଗୋପାଳ ସମାଜର କୌଣସି ବ୍ୟକ୍ତିତ୍ୱଙ୍କୁ ଯଦି ବିଜେଡିରୁ ପ୍ରତିନିଧିତ୍ବ ନ କରନ୍ତି ତେବେ ନିଜ ଇଛା ମୁତାବକ ସେମାନେ ଭୋଟ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି |  ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଚର୍ଚାରେ ରହି ଆସୁଥିବା ବେଳେ ଏବେ ରାଜନୀତି ଭିନ୍ନ ମୋଡ ନେଲାଣି |

ପୂର୍ବରୁ ବିପିନ ଆଉ ବିପ୍ଳବ ବିବାଦ ଲାଗିରହିଥିବା ବେଳେ ପୂର୍ବତନ ବିଧାୟକ ଶୂରଃଯ୍ୟନାରାୟଣ ପାତ୍ରଙ୍କ ପୁତ୍ର ବିପ୍ଳବ ପାତ୍ରଙ୍କୁ ଟିକେଟ ଦେବା ମନସ୍ତ କରି ଦଳବିରୋଧୀ ଆଖ୍ୟାଦେଇ ବିପିନ ପ୍ରଧାନକୁ ଦଳରୁ ବହିସ୍କୃତ କରାଯାଇଥିଲା | ପରେ ପରେ ଅଧକ୍ଷ ଉପନିର୍ବାଚନରେ ବିପିନ ଗୋଷ୍ଟି ବାଜିମାରିବା ପରେ ବିପ୍ଳବ ଗୋଷ୍ଟି ଆଉ ବିଜେଡି ଦଳକୁ ଶକ୍ତ ଝଟକା ଲାଗିଥିଲା | ଯାହାର କିଛି ମାସ ନ ପୂରୁଣୁ ଏବେ ରାଜନୀତି ପୁଣି ଭିନ୍ନ ମୋଡ ନେଲାଣି | ଗୋପାଳ ସମାଜ ପକ୍ଷରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରତିନିଧିତ୍ବ ପାଇଁ ଦାବି ହେଉଥିବା ବେଳେ ଗଣତନ୍ତ୍ର ରାଷ୍ଟ୍ରରେ ରାଜାର ପୁଅ ରାଜା ହେବା ପ୍ରକ୍ରିୟା ବନ୍ଦ କରାଯାଉ ବୋଲି ଦାବି କରାଯାଇ ବିପ୍ଳବଙ୍କୁ ଟାର୍ଗେଟ କରାଯାଇଛି |

Leave A Reply

Your email address will not be published.