ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରୋମାଞ୍ଚକର ମୋଡରେ ପହଞ୍ଚିଛି ଚଳିତ ବିଶ୍ୱକପ । ନୁ୍ୟଜିଲ୍ୟାଣ୍ଡ ତାର ଶେଷ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ସ୍ଥାନ ଏକ ପ୍ରକାର ନିଶ୍ଚିତ କରିଛି । ୯ଟି ମ୍ୟାଚରୁ ନୁ୍ୟଜିଲ୍ୟାଣ୍ଡ ୦.୭୪୩ ରନରେଟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ପଛକୁ ୮ଟି ମ୍ୟାଚରୁ ପାକିସ୍ତାନ ୦.୦୩୬ ରନରେଟ ଓ ୦.୩୩୮ ରନରେଟ ସହ ଆଫଗାନିସ୍ତାନ ୮ଲେଖାଏଁ ପଏଣ୍ଟ ସହ ଯଥାକ୍ରମେ ତାଲିକାର ୫ମ ଓ ୬ଷ୍ଠ ସ୍ଥାନରେ ରହିଛି ।
ଏଣୁ ଶେଷ ମ୍ୟାଚରେ ଏହି ଦୁଇ ଟିମ୍ ବହୁତ ବଡ ବ୍ୟବଧାନରେ ମ୍ୟାଚ ଜିତିଲେ ହେଁ ସେମିଫାଇନାଲ ଦୌଡରେ ରହିପାରିବେ । କିନ୍ତୁ ଏହା ସମ୍ଭବ ମନେ ହେଉନି । ଏଣୁ ନୁ୍ୟଜିଲ୍ୟାଣ୍ଡ ମେମିରେ ପହଞ୍ଚି ଗଲା କହିଲେ ଭୁଲ ହବନି । ଗୁରୁବାର ବେଙ୍ଗାଲୁରୁରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି ନ୍ୟଜିଲ୍ୟାଣ୍ଡ । ଟସ୍ ଜିତି ନୁ୍ୟଜିଲ୍ୟାଣ୍ଡ ବୋଲିଂ ର ନିଷ୍ପତି ନେଇଥିଲା । ଶ୍ରୀଲଙ୍କା ନୁ୍ୟଜିଲ୍ୟାଣ୍ଡ ବୋଲିଂର ସାମ୍ମା କରି ନପାରି ୪୬ ଓଭରରେ ୪ଟି ବଲରେ ୧୭୧ ରନ୍ କରି ଅଲଆଉଟ ହୋଇତିଲା । କେବଳ କୁଶଲ ପେରେରା ୫୧ ଓ ମହୀଶ ତୀକ୍ଷଶାଙ୍କ ୩୮ ରନ୍ କୁ ଛାଡିଦେଲେ ଆଉ କେହି ବଡ ସ୍କୋର କରିପାରିନ ଥିଲେ ।
ବୋଲ୍ଟ ୩ଟି , ଫର୍ଗୁସନ,ସାଣ୍ଟନର ଓ ରବିନ୍ଦ୍ର ୨ଟି ଲେଖାଏଁ ଏବଂ ସାଉଦି ଗୋଟିଏ ୱିକେଟ ନେଇଥିଲେ । ଜବାବରେ ନୁ୍ୟଜିଲ୍ୟାଣ୍ଡ ମାତ୍ର ୨୩ ରନ୍ ଓ ଦୁଇଟି ବଲରେ ୧୭୨ ରନର ଟାର୍ଗେଟ ହାସଲ କରି ବିଜୟୀ ହୋଇଥିଲା । କନୱେ ୪୫ ରନ, ରବୀନ୍ଦ୍ର ୪୨, ମିଡେଲ ୪୩ ରନ୍ କରଥିଲେ । ଶ୍ରୀଲଙ୍କା ପକ୍ଷରୁ ମାଥୁ୍ୟସ ୩ଟି , ତୀକ୍ଷଣା ଓ ଚମିରା ଗୋଟିଏ ଲେଖାଏଁ ଓିକେଟ ନେଇଥିଲେ । ଟ୍ରେଣ୍ଟ ବୋଲ୍ଟ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।