ଶିକ୍ଷକଙ୍କ ଛୁଟି କାଟ ନୀତି ବିରୁଦ୍ଧରେ ମାନବାଧିକାର କମିଶନ ଓ ଆଇନର ଆଶ୍ରୟ ନେବ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ସଂଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସରକାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଛୁଟି ଦେବା ନୀତିନିୟମକୁ ପୂର୍ବରୁ ନିର୍ଧାରିତ କରିଛନ୍ତି ଓ ସେହି ନୀତି ନିୟମ ଅନୁସାରେ ସମସ୍ତ ବିଭାଗର କର୍ମଚାରୀ ମାନଙ୍କ ପାଇଁ ତାଙ୍କ ବିଭାଗ ଛୁଟି ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ମଧ୍ୟ ପ୍ରସ୍ତୁତ କରିଛନ୍ତି। ମୋଟ ଉପରେ କହିବାକୁ ଗଲେ ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସମାନ ଛୁଟି ମିଳିଥାଏ ।

କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କ୍ଷେତ୍ରରେ ଛୁଟିକୁ ନେଇ ଉଠିଛି ଵିରୋଧର ସ୍ୱର କାରଣ ଗଣଶିକ୍ଷା ବିଭାଗ ସେମାନଙ୍କୁ ୮୨ ଦିନ ଛୁଟି ପ୍ରଦାନ କରିଛନ୍ତି ଖରା ଛୁଟି ୩୮ ଓ ପାଳନୀୟ ଦିବସ ୮ କୁ ମିଶାଇ ତାସହିତ ଅନେକ ରବିବାରରେ ବିଭିନ୍ନ ପରୀକ୍ଷା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି।ଖରା ଛୁଟିରେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ରୋଷ୍ଟର ଡିଉଟି କରନ୍ତି କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ବର୍ତ୍ତମାନ ମେ ମାସ ୫ତାରିଖରୁ ଖରା ଛୁଟି ହେବା ସତ୍ତ୍ୱେ କିଛି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଖରା ଛୁଟିରେ ଫିଜିକାଲ ରିମେଡିଆଲ କ୍ଲାସ କରିବାକୁ ଚିଠି କରିଥିବା ବେଳେ କିଛି ଜିଲ୍ଲାର ଶିକ୍ଷାଧିକାରୀ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପ ଓ ଭରଚୁଆଲ ମିଟିଙ୍ଗ ମାଧ୍ୟମରେ କିଛି ଚିଠି ନକରି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଫିଜିକାଲ କ୍ଲାସ କରିବାକୁ ବାଧ୍ୟ କରିବା ସହ କୌଣସି ଶିକ୍ଷକ ଶିକ୍ଷୟତ୍ରୀ ହେଡ଼ କ୍ୱାଟର ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦେଇଛନ୍ତିl ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବକାଶ କାଳୀନ ଶିକ୍ଷା ଦେବା ଠାରୁ ଆରମ୍ଭ କରି ଆଇରନ ବଟିକା ବାଣ୍ଟିବା, ବହି ବାଣ୍ଟିବା, ବିଭିନ୍ନ ପ୍ରକାର ସର୍ଭେ,ଟ୍ରେନିଂ ଆଦି କାର୍ଯ୍ୟ ଛୁଟି ଦିନରେ କରୁଛନ୍ତି କିନ୍ତୁ ପୁନର୍ବାର ଫିଜିକାଲ କ୍ଲାସ ସମସ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି. ଗ୍ରୀଷ୍ମ ଛୁଟି ପାଇବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ହକଦାର ଅଟନ୍ତିl କିନ୍ତୁ ସରକାର ତାଙ୍କର ଅଧିକାରକୁ ଛଡାଇ ନେଉଛନ୍ତିl ଛୁଟିରେ ବିଭିନ୍ନ କାର୍ଯ୍ୟଭାର ଲଦିଦେଇ ସରକାର ମାନବ ଅଧିକାରୀ ଆଇନକୁ ଉଲଂଘନ କରୁଛନ୍ତି ଯଦି ଜିଲ୍ଲାର ଶିକ୍ଷାଧିକାରୀମାନେ ଏଥିରୁ ନିର୍ବୁତ ନ ହୁଅନ୍ତି ତେବେ ସଂଘ କୋର୍ଟ ଓ ମାନବାଧିକାର କମିଶନର ଙ୍କ ଆଶ୍ରୟ ନେବ ବୋଲି ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, କୋଷାଧକ୍ଷ ପଞ୍ଚାନନ ଜେନା, ମିଡ଼ିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା ଏବଂ ଆବାହକ ନିରୋଦ ରଥ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.