ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଟାର୍ଗେଟରେ ସାମ୍ବାଦିକ । ଏକ ଘରୋଇ ଜାତୀୟ ଟିଭି ଚ୍ୟାନେଲର ଆଙ୍କର ଗିରଫ । ଏକ ଟିଭି ଚାନେଲର ନ୍ୟୁଜ୍ ଆଙ୍କର ରୋହିତ ରଞ୍ଜନଙ୍କୁ ଗାଜିଆବାଦରୁ ଗିରଫ କରିଛି ନୋଏଡା ପୋଲିସ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ଏଡିଟ କରି ଗଣମାଧ୍ୟମରେ ପ୍ରଚାର କରିଥିଲେ ରୋହିତ । ନିଜର ସ୍ପେଶାଲ ଟିଭି ଶୋ’ରେ ରୋହିତ ଏହି ଭିଡିଓଟିକୁ ଦେଖାଇଥିଲେ । ତେଣୁ ତାକୁ ଆଧାର କରି ତାଙ୍କୁ ଗିରଫ କରିଛି ପୋଲିସ ।
ଏହାଯୋଗୁ ରାହୁଲ ଗାନ୍ଧୀଙ୍କ ସମ୍ମାନହାନି ହୋଇଥିବା ଦର୍ଶାଇ ଛତିଶଗଡ଼ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ନୋଏଡା ଥାନା ସେକ୍ଟର-୨୦ରେ ମଧ୍ୟ ରୋହିତଙ୍କ ନାଁରେ ଏତଲା ଦିଆଯାଇଛି । ନୋଏଡା ସ୍ଥିତ ଟିଭି ଚ୍ୟାନେଲ ଅଫିସ ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ମିଥ୍ୟା ପ୍ରଚାର ପ୍ରସାର ଏବଂ ସମ୍ମାନହାନୀ ହୋଇଥିବାରୁ କଂଗ୍ରେସ ଏହି ମାମଲାକୁ ଷଡ଼ଷନ୍ତ୍ର ବୋଲି ମଧ୍ୟ ଅଭିଯୋଗ କରିଥିଲା । ତେବେ ଏହାକୁ ନେଇ ଏବେ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।