ଖଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂହ ପନ୍ନୁର ସମ୍ପତ୍ତି ଜବତ କଲା ଏନଆଇଏ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଖଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂହ ପନ୍ନୁ ଉପରେ ଏନଆଇଏର ବଡ଼ ଆକ୍ସନ। ଏନଆଇଏ ପନ୍ନୁର ସମ୍ପତ୍ତି ଜବତ କରିଛି। ଭାରତରେ ମୋଷ୍ଟ ଓ୍ବାଣ୍ଟେଡ ରହିଛି ସିଖ୍‌ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ପନ୍ନୁ। ବଡ଼ କଥା ହେଉଛି କାନାଡା ସହ ଗତ କିଛି ଦିନରୁ ଜାରି ତିକ୍ତତା ମଧ୍ୟରେ ଏନଆଇଏ ଏହି ବଡ଼ କାର୍ଯ୍ୟାନୁଷ୍ଠାନ କରିଛି । ଏନଆଇଏ ପନ୍ନୁର ପଞ୍ଜାବ ଏବଂ ଚଣ୍ଡିଗଡ଼ର ପ୍ରପର୍ଟିକୁ ଜବତ କରିଛି। ଏଜେନ୍ସୀ ପନ୍ନୁର ଚଣ୍ଡିଗଡ଼ ସେକ୍ଟର ୧୫ ସି ସ୍ଥିତି ଘର ନମ୍ବର ୨୦୩୩କୁ ଜବତ କରିଛି। ସେହିଭଳି ପନ୍ନୁର ଅମୃତସର ଖାନକୋଟ ସ୍ଥିତ ୪୬ କେନାଲ ଚାଷ ଜମି ମଧ୍ୟ ଜବତ କରାଯାଇଛି । ସେପଟେ ଏନଆଇଏ ମୋହାଲି କୋର୍ଟଙ୍କ ଆ​‌ଦେଶ​‌ରେ ଖଲିସ୍ତାନୀ ନେତା ହରଦୀପ ସିଂହଙ୍କ ନିଜ୍ଜରର ଘର ଉପରେ କାର୍ଯ୍ୟାନୁଷ୍ଠାନ କରିଛି । ଜଳନ୍ଧର ଜିଲ୍ଲାର ଭାରସିଂହପୁରା ଗାଁରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ଘର ବାହାରେ ସମ୍ପତ୍ତି ଜବତ ନୋଟିସ୍‌ ଲଗାଇଛି ଏବଂ ତାହାକୁ ଜବତ କରିଛି।

ସୂଚନାଥାଉକି, ଆତଙ୍କୀ ନିଜ୍ଜର ହତ୍ୟାକୁ ନେଇ ଭାରତ-କାନାଡା ମଧ୍ୟରେ ଉତ୍ପନ୍ନ ହୋଇଥିବା ବିବାଦ ପରେ ପନ୍ନୁ ଏକ ଭିଡିଓ ଜାରି କରି କାନାଡାରେ ଥିବା ଭାରତୀୟ ବଂଶୋଦ୍ଭବ ହିନ୍ଦୁଙ୍କୁ ଧମକ ଦେଇଥିଲା ଏବଂ ଦେଶ ଛାଡ଼ିବାକୁ କହିଥିଲା। ହେଲେ ଏବେ ଭାରତ ସରକାର ପନ୍ନୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାନାଡାରେ ବଢ଼ୁଥିବା ଖଲିସ୍ତାନୀ ଗତିବିଧି ପଛରେ ଗୁରପତବନ୍ତ ସିଂହ ପନ୍ନୁର ହାତ ରହଛି। ପନ୍ନୁ ଅନେକ ଥର ସୋସିଆଲ ମିଡିଆରେ ଭାରତ ବିରୋଧୀ କଥା କହିଆସୁଛି। କାନାଡା ମାମଲାରେ ମଧ୍ୟ ପନ୍ନୁ ଏକ ଭିଡିଓ ଜାରି କରି ଭାରତୀୟ ବଂଶୋଦ୍ଭବଙ୍କ ହିନ୍ଦୁଙ୍କୁ ଧମକ ଦେଇଇଲା। ଏହା ସହ ସେ ଦେଶ ଛାଡ଼ି ଯିବାକୁ କହିଥିଲା।

Leave A Reply

Your email address will not be published.