ନିଫ୍ଟି-ସେନ୍‌‌ସେକ୍ସ ପାଇଲା ହ୍ରାସ; ସେୟାର ବଜାରରେ ହାହାକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଭାରତୀୟ ଷ୍ଟକ୍‌‌ ମାର୍କେଟରେ ଏକ ବିରାଟ କ୍ଷତି ଦେଖିବାକୁ ମିଳିଛି। ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥା ଏବଂ ଇରାନ-ଇସ୍ରାଏଲ୍‌‌ ଯୁଦ୍ଧ ପରିସ୍ଥିତି ଯୋଗୁ ବିଶ୍ୱ ଅର୍ଥନୀତିରେ ସୃଷ୍ଟି ହୋଇଛି ହାହାକାର। ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି।

ସୋମବାର ଭାରତୀୟ ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେରେ ଝଡ ସୃଷ୍ଟି ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ଟି ସେୟାର ଯୁକ୍ତ ସେନ୍‌ସେକ୍ସ ସେନ୍ସେକ୍ସ ୧୫୦୦ ପଏଣ୍ଟ ହ୍ରାସ ପାଇ ୮୦,୦୦୦ ତଳକୁ ଖସି ପଡିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପ୍ରାୟ ୫୦୦ ପଏଣ୍ଟ ହ୍ରାସ ପାଇଛି।  ସେନସେକ୍ସ ୨୩୯୩.୭୬ ପଏଣ୍ଟ ତଥା ୨.୯୬ ପ୍ରତିଶତ ହ୍ରାସ ପାଇ ୭୮୫୮୮.୧୯ ପଏଣ୍ଟରେ କାରବାର ହେଉଛି। ସେହିପରି ନିଫ୍ଟି ୪୧୪.୮୫ ପଏଣ୍ଟ ତଥା ୧.୬୮ ପ୍ରତିଶତ ହ୍ରାସ ପାଇ ୨୪୩୦୨.୮୫ ପଏଣ୍ଟରେ ପହଞ୍ଚିଛି। ସକାଳ ୯.୧୫ମିନିଟରେ ବଜାର ଖୋଲିବା ପରେ ଭାରି ମାତ୍ରାରେ ହ୍ରାସ ହୋଇଥିଲା।

ସେନସେକ୍ସ ୨୩୯୩ ପଏଣ୍ଟ ହ୍ରାସ ହୋଇଥିବା ବେଳେ ନିଫ୍ଟି ୪୧୫ ପଏଣ୍ଟ ହ୍ରାସ ପାଇଛି। ବଜାର ଖୋଲିବାର ମାତ୍ର କିଛି ମିନିଟରେ ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜରେ ସୂଚୀବଦ୍ଧ କମ୍ପାନୀଙ୍କ ମାର୍କେଟ କ୍ୟାମ୍ପରେ ୯ଲକ୍ଷ କୋଟିରୁ ଅଧିକ ହ୍ରାସ ହୋଇଥିଲା। ଅର୍ଥାତ ଏହି ସମୟରେ ନିବେଶକାରୀ ୯ଲକ୍ଷ କୋଟିରୁ ଅଧିକ କ୍ଷତି ସହିଛନ୍ତି। ଗତ ଶୁକ୍ରବାର ମଧ୍ୟ ସେନ୍‌ସେକ୍ସ ହ୍ରାସ ପାଇଥିଲା। ଏଥିଯୋଗୁ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା |

Leave A Reply

Your email address will not be published.