ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା । ଓଡ଼ିଶାରେ ବିକ୍ରି ହେଉଥିବା ୟୁପି ଆଳୁର କ୍ବାଲିଟି ବହୁତ ଭଲ। ତେବେ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ। ଅପରପକ୍ଷେ ପଶ୍ଚିମବଙ୍ଗ ବ୍ଲାକମେଲ୍ର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି କହିଛନ୍ତି ମନ୍ତ୍ରୀ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଘୋଷଣା କରିଥିଲେ। ଉତ୍ତରପ୍ରଦେଶ ଆଳୁ ଏବେ ଓଡ଼ିଶା ବଜାରରେ ଉପଲବ୍ଧ ହୋଇଛି। ଯାହାଫଳରେ ଆଳୁ ଦର ହ୍ରାସ ପାଇ ୩୫ରୁ ୩୬ ଟଙ୍କା ମଧ୍ୟରେ ରହିଛି। ହେଲେ ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚି ଯାଉଥିବା ନେଇ ଅଭିଯୋଗ ଆସିବା ପରେ ଯୋଗାଣ ମନ୍ତ୍ରୀ ତାହାକୁ ଖଣ୍ଡନ କରିଛନ୍ତି। ଏହା ସହିତ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି କହିଛନ୍ତି।