ସିଏମସି କମିଶନର ଭାବେ ଯୋଗ ଦେଲେ ଆଇଏଏସ ନିଖିଲ ପବନ କଲ୍ୟାଣ, କାର୍ଯ୍ୟାଳୟରେ ଯିବା ପୂର୍ବରୁ କଟକ ଚଣ୍ଡୀଙ୍କୁ କଲେ ଦର୍ଶନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକ ମହାନଗର ନିଗମର ନୂତନ କମିଶନର ଭାବେ ୨୦୧୨ ବ୍ୟାଚର ଆଇଏଏସ ଅଫିସର ନିଖିଲ ପବନ କଲ୍ୟାଣ ଯୋଗ ଦେଇଛନ୍ତି। ଆଜି ସୁନ୍ଦରଗଡ଼ରୁ ସିଏମସି କାର୍ଯ୍ୟାଳୟରେ ଯୋଗ ଦେବା ପୂର୍ବରୁ କଟକ ଚଣ୍ଡୀ ମନ୍ଦିର ଯାଇ ମା ଙ୍କୁ ଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କଟକ ସହରରେ ଚାଲିଥିବା ବେଳେ ଏହି ସମସ୍ତ କାମକୁ ତ୍ୱରାନ୍ୱିତ କରିବା ତାଙ୍କର ପ୍ରଥମ କାମ ହେବ ବୋଲି ସିଏମସି କମିଶନର ନିଖିଲ ପବନ କଲ୍ୟାଣ ଗଣମାଧ୍ୟମକୁ କହିଛନ୍ତି।

nikhil

ରାଜ୍ୟର ସର୍ବ ପୁରାତନ ସହର ଓ ଭାଇଚାରାର ସହର କଟକ। ଏଭଳି ପୁରୁଣା ସହରକୁ ସେହି ସମ୍ମାନ ଦେବା ଆବଶ୍ୟକ। ତେଣୁ ସିଏମସିର ସବୁ ବିଭାଗ ରିଭ୍ୟୁ ଖୁବଶୀଘ୍ର କରି କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି। ପୂର୍ବରୁ ବ୍ରହ୍ମପୁର ଓ ରାଉରକେଲା ସହରରେ କାମ କରିବାର ଅଭିଜ୍ଞତା ରହିଛି। ତଥାପି ବିଭିନ୍ନ ସହରର ଭିନ୍ନ ଭିନ୍ନ ସମସ୍ୟା ରହିଥାଏ। ଜଳବନ୍ଦୀ ଓ ଡ୍ରେନେଜ ସମସ୍ୟା ନେଇ ଆଲୋଚନା କରି ତାର ସମାଧାନ ପାଇଁ ଉଦ୍ୟମ କରିବି। ନେତାଜୀ ବସ ଟର୍ମିନାଲ ଓ ଏସସିବି ଏମସ ପ୍ଲସ କାମ ତ୍ୱରାନ୍ୱିତ ପାଇଁ ବିଭିନ୍ନ ଷ୍ଟେକ ହୋଲଡ଼ରଙ୍କ ସହ ଖୁବଶୀଘ୍ର ବୈଠକ ଡକାଇ କାମ ର ଅଗ୍ରଗତି କରାଇବେ ବୋଲି କହିଛନ୍ତି। ଶେଷରେ ଏହି ଭାଇଚାର ସହରବାସୀ ଭାଇ ଭାବେ ଗ୍ରହଣ କରି ସମସ୍ତ ପ୍ରକାର ସହଯୋଗ କରିବାକୁ ନିଖିଲ ପବନ କଲ୍ୟାଣ ନିବେଦନ କରିଛନ୍ତି ।

Leave A Reply

Your email address will not be published.