ରଥଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ରଥଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ପୁରୀରେ ୧୮୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ଡିଜିପି ସୁନୀଲ ବଂଶଲ।

କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତ ବଡ଼ଦାଣ୍ଡକୁ ଯାଇ ଦେଖି ପାରିନଥିଲେ ରଥଯାତ୍ରା। ଏଥର ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦୟାରେ ସୁରୁଖୁରୁରେ ରଥଯାତ୍ରା ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ସେହିପରି ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ନେଇ ସବୁ ବିଭାଗର ବୈଠକ ନିଆଯାଇଛି। ସମସ୍ତେ ସଜାଗ ଅଛନ୍ତି। ଭଲ ଭାବେ କିପରି ରଥଯାତ୍ରା ହେବ, ମୁଖ୍ୟମନ୍ତ୍ରୀ ସେ ଦିଗରେ ଦୃଷ୍ଟି ଦେଉଛନ୍ତି।

Leave A Reply

Your email address will not be published.