ଅଡୁଆରେ ହକି ତାରକା ବୀରେନ୍ଦ୍ର ଲାକ୍ରା: ବାନ୍ଧବୀଙ୍କ ସହ ମିଶି ବୀରେନ୍ଦ୍ର ଜଣେ ଯୁବକକୁ ହତ୍ୟା କରିଥିବା ଅଭିଯୋଗ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):    ଅଡୁଆରେ ହକି ତାରକା ବିରେନ୍ଦ୍ର ଲାକ୍ରା । ଜଣେ ଯୁବକ ଆନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ହକି ଅଲିମ୍ପିଆନ୍‌ ବିରେନ୍ଦ୍ର ଲାକ୍ରା ଅଡୁଆରେ । ମୃତ ଯୁବକ ଜଣକ ହେଲେ ବିରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ । ଆନନ୍ଦଙ୍କ ମୃତ୍ୟୁରେ ବିରେନ୍ଦ୍ର ଓ ତାଙ୍କର ଜଣେ ବାନ୍ଧବୀଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ବାନ୍ଧନା ଟପୋ ।

ବିରେନ୍ଦ୍ର ଜଣେ ଅର୍ନ୍ତଜାତୀୟ ସ୍ତରର ଖେଳାଳି ତଥା ପୋଲିସ ଡିଏସପି ଭାବେ କାର୍ଯ୍ୟରତ ଥିବାରୁ ଏହାକୁ ଏକ ଆତ୍ମହତ୍ୟା ରୂପ ଦିଆଯାଉଥିବା ସାମ୍ବାଦିକ ସମ୍ମଳନୀରେ ଅଭିଯୋଗ କରାଯାଇଛି । ତେଣୁ ପରିବାର ପକ୍ଷରୁ ଘଟଣାର ତୁରନ୍ତ ସିବିଆଇ ତଦନ୍ତ ଦାବି କରାଯାଉଛି । ଗତ ଫ୍ରେବୃଆରୀ ୨୮ ତାରିଖରେ ଆୟୁଷ ରେଡିୟମ୍‌ ଫ୍ଲାଟରୁ ଆନନ୍ଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ୍‌ । ଘଟଣା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏ ସମ୍ପର୍କରେ ବିରେନ୍ଦ୍ର ଲାକ୍ରାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.