ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଶୁକ୍ରବାର ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥ ନେିଛନ୍ତି ସାଂସଦ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନରେ ସୁବାସ ସିଂଙ୍କ ସ୍ଥାନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ ବିଶି । ଉପନିର୍ବାଚନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନଦେବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ । ତେବେ ସେ ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି ।
ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବ ଭାବେ ଆଦିବାସୀଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛନ୍ତି ନିରଞ୍ଜନ ବିଶି ହେଉଛନ୍ତି। ଆଦିବାସୀଙ୍କୁ ସେମାନଙ୍କର ନ୍ୟାର୍ୟ୍ୟ ଅଧିକାର ପ୍ରଦାନ, ସେମାନଙ୍କ ଅର୍ଥନୈତିକ ବିକାଶ ଲାଗି ସେ ବିଭିନ୍ନ ସ୍ତରରେ ସ୍ୱର ଉତ୍ତୋଳନ କରିଛନ୍ତି।