ଆସନ୍ତୁ ଜାଣିବା କିପରି ଥିଲା ତିହାର ତୟାର ?

0

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) ଶେଷରେ ନିର୍ଭୟ ମାମଲାରେ ପଡିଲା ପୂର୍ଣ୍ଣଛେଦ l ଦୀର୍ଘ 7 ବର୍ଷ ଧରି ଚାଲିଥିବା ଆଇନର ଛକl ପାଞ୍ଝl ଭିତରେ ଆଜି ଫIସି ପାଇଛନ୍ତି ନିର୍ଭୟ ଦୋଷୀ l ଘଟଣାର 4 ଦୋଷୀ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଫାଶୀ ଖୁଣ୍ଟରେ ଝୁଲିଛନ୍ତି I ଏଥିପାଇଁ ପୁରା ସଜାଗ ଥିଲା ତିହାର ଜେଲ l ସମସ୍ତ ଦୋଷୀଙ୍କୁପୃଥକ ପୃଥକ ଡେଥ ସେଲ୍ ରେ ରଖାଯାଇଥିଲା l ଯେପରି ସେମାନେ ନିଜ ପ୍ରତି କୋଣସି ପଦକ୍ଷେପ ନନିଅନ୍ତି ସେଥିପର୍ଵତୀ ଧ୍ୟାନ ଦେବାକୁ ପ୍ରତେକଙ୍କୁ  12ଜଣ ଲେଖାଏଁ ସୁରକ୍ଷା କର୍ମୀ ଜଗିରହିଥିଲେ I ସେମାନଙ୍କୁ କlଲି ରାତିରେ ଖାଦ୍ୟ ପରସl ଯାଇଥିଲା I ମୁକେଶ ଏବଂ ବିନୟ ଖାଦ୍ୟ ଖାଇଥିବାବେଳେ ଅକ୍ଷୟ ଏବଂ ପବନ ଖାଦ୍ୟ ଗ୍ରହଣ କରିନଥିଲେ l ଆଜି ସକାଳେ ସେମାନଙ୍କୁ ଚା ଜଳଖିଆ ଦିଆଯାଇଥିଲେ ମଧ୍ୟ ସେମାନେ ଏହାକୁ ଖାଈନଥିଲେ l

ଫାଶୀ ହେବାର ଠିକ ଏକ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଇଥିଲା କାଉଣ୍ଟ ଡାଉନ l ସେମାନଙ୍କୁ ଉଠାଯାଇ ଗାଧୋଇବାକୁ କୁହାଯାଇଥିଲା I ତାପରେ ସେମାନଙ୍କୁ ପ୍ରାଥନା କରିବାକୁ କୁହାଯାଇଥିଲା l ସେମାନେ କିନ୍ତୁ ପ୍ରାଥନା କରିବାକୁ ମନl କରିଦେଇଥିଲେ I କଡା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଫlସି ଗୃହକୁ ନିଆଯାଇଥିଲା l ମାଜିଷ୍ଟ୍ରେଟ୍ ଓ ଜେଲ୍ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯାଇଥିଲା । ତା’ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଭୋର 5.30 ମିନିଟ୍ ରେ ପବନ ଜହ୍ଲାଦ ଫାସୀ ଦେଇଥିଲେ l ପ୍ରାୟ ଅଧଘଣ୍ଟା ଧରି ଫାସୀ ଖୁଣ୍ଟାରେ ଝୁଲି ରହିଥିଲେ ଏହି 4 ନର ପିଚାଶ l ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିବାପରେ ମୃତ ଶରୀର ଗୁଡିକୁ ଦିନ ଦୟଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଛି І

ସେପଟେ ନିର୍ଭୟଙ୍କ ମା ଏବଂ ବାପା ମଧ୍ୟ ଖୁସି ଅଛନ୍ତି l ‘ନିର୍ଭୟା’ଙ୍କ ମା’ କହିଛନ୍ତି ଯେ ଡେରିରେ ହେଲେ ବି ତାଙ୍କ ଝିଅକୁ ନ୍ୟାୟ ମିଳିଲା। ଏଥିପାଇଁ ସେ ସୁପ୍ରିମ୍‌କୋର୍ଟଙ୍କୁ ପ୍ରଶଂସା କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି। ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ନିର୍ଭୟା’ ଦିବସ ଭାବେ ପାଳନ କରାଯାଉ।ସେହିଭଳି ‘ନିର୍ଭୟା’ଙ୍କ ବାପା କରିଛନ୍ତି। ନ୍ୟାୟ ପାଇବା ପାଇଁ ବହୁତ ଦୌଡ଼ିଥିଲେ। ଆଉ ଶେଷରେ ନ୍ୟାୟ ପାଇଛନ୍ତି। ଏହା ପ୍ରତିଟି ମହିଳାଙ୍କ ବିଜୟ। ଲୋକେ ପୁଅ ଓ ଝିଅ ମଧ୍ୟରେ ପ୍ରଭେଦ କରିବା ଅନୁଚିତ୍।‘ ସେହିପରି ନିର୍ଭୟା’ଙ୍କ ମାମଲା ଲଢ଼ିଥିବା ସରକାରୀ ଓକିଲ କହିଛନ୍ତି, ଏପରି ଜଘନ୍ୟ ଅପରାଧ ଅତି ବିରଳରୁ ବିରଳତମ ଥିଲା। ଏପରି ଅପରାଧ ପଶୁ ବି କରିପାରନ୍ତି ନାହିଁ। ନିର୍ଭୟା ବଞ୍ଚିଥିଲେ ହୁଏତ ଖୁସି ହୋଇଥା’ନ୍ତି। ମାତ୍ର ଶେଷରେ ନ୍ୟାୟ ମିଳିଛି। ତେବେ ନିର୍ଭୟାଙ୍କ ପରେ ଅନେକ ପୀଡ଼ିତ ନ୍ୟାୟ ଅପେକ୍ଷାରେ ଅଛନ୍ତି। ସକାଳୁ ସକାଳୁ ତିହାର ଜେଲ ସମ୍ମୁଖରେ ଜନସାଧାରଣ ତ୍ରିରଙ୍ଗା ପତାକା ଡରି ସେମାନଙ୍କର ଖୁସି ଜାହିର କରିଥିବାବେଳେ ପିଡୀତଙ୍କ ପୈତୃକ ଗ୍ରାମରେ ମଧ୍ୟ ଖୁସିର ଲହରୀ ଦେଖାଦେଇଛି l

Leave A Reply

Your email address will not be published.