ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କମଲନାଥ ସରକାର

0

୨౦.౦୩. ୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଆଜି କମଲ ନାଥଙ୍କ ପାଇଁ ଶକ୍ତି ପରୀକ୍ଷା l କମଲ ନାଥ ସରକାରରୁ ୨୨ ବିଧାୟକଙ୍କ ବିଦ୍ରୋହ ଏବଂ ଇସ୍ତଫା ପରେ କମଳନାଥଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି l ସୁପ୍ରିମ କୋଟଙ୍କ ନିର୍ଦେଶ କ୍ରମେ ଆଜି ସନ୍ଧ୍ୟା 5ଟା ସୁଦ୍ଧା ବହୁମତ ପ୍ରମାଣ ଦେବାକୁ କୋଟ ନିର୍ଦେଶ ଦେଇଛନ୍ତି I ସମସ୍ତ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ରକ୍ଷା କରିବା ଏବଂ ବିଧାୟକ ମାନଙ୍କର ଆସିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ରାଜ୍ୟ ଡିଜିପିଙ୍କୁ ନିର୍ଦେଶ ଦିଆଯାଇଛି I ଗୃହର ସମସ୍ତ କାର୍ଯ୍ୟ ଭିଡ଼ିଓ ରେକଡିଂ କରାଯିବ ଏବଂ ସମସ୍ତ ବିଧାୟକ ହାତ ଉଠାଇ ଭୋଟ ପ୍ରକ୍ରିୟାରେ ସାମିଲ ହେବେ l ବିଜେପି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଦୁର୍ନୀତିଗ୍ରସ୍ତ କମଳନାଥ ସରକାରର ପତନ ପାଇଁ ରାସ୍ତା ସଫା ହୋଇଯାଇଛି ଏବଂ ସରକାର ଶକ୍ତି ପରୀକ୍ଷାକୁ ଆଉ ଏଡ଼ାଇ ପାରିବେ ନାହିଁ l ସେପଟେ କଂଗ୍ରେସର କହିବା କଥା ସେମାନଙ୍କ ପାଖରେ ଯଥେଷ୍ଟ ସଂଖ୍ୟା ରହିଛି l

Leave A Reply

Your email address will not be published.