ଓଡ଼ିଆ ନ୍ୟୁଜ୍: ବାଲାଙ୍ଗିର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣା। ନିଶା ମହାରଣାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା। ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା।୨ ଆୟୋଜକଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ୍। ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା।
ସୂଚନା ଅନୁଯାୟୀ, ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶାଙ୍କ ଲାଗି ଅଡୁଆ ବଢିଥିଲା। ବାଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକଙ୍କୁ ଗିରଫ କରିଥିଲା। ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା। ତେବେ ଜାମିନ ପ୍ରଦାନ ଲାଗି ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।