ପାକିସ୍ତାନ ଦଳ ପାଇଁ ନେଟ୍‌ ବୋଲର ଭାବେ ନିଶାନ୍ତ ନିୟୋଜିତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାକିସ୍ତାନ ଦଳ ପାଇଁ ନେଟ୍‌ ବୋଲର ଭାବେ ନିଶାନ୍ତ ସରନୁଙ୍କୁ ନିୟୋଜିତ କରିଛି ଭାରତୀୟ ଟିମ୍। ଦ୍ବିତୀୟ ବର୍ଷ ପାଇଁ ସ୍ଥାନୀୟ ୧୯ ବର୍ଷରୁ କମ୍‌ ଦଳରେ ଖେଳୁଥିବା ନିଶାନ୍ତ ପାକିସ୍ତାନ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲ୍‌ଙ୍କ ପସନ୍ଦର ବୋଲର ମଧ୍ୟ ହୋଇଯାଇଛନ୍ତି। ନେଟ୍ସ ସମୟରେ ସାହିନ ଶାହ ଆଫ୍ରିଦି ଓ ହାରିସ୍‌ ରୌଫ୍‌ଙ୍କ ବୋଲିଂ ସମୟରେ ନିଶାନ୍ତ ତାଙ୍କ ସୁଯୋଗକୁ ଅପେକ୍ଷା କରିଥିଲେ। ଏହି ସମୟରେ ପାକିସ୍ତାନର ଅନ୍ୟ ସହାୟକ ଏବଂ ମର୍କେଲ୍‌ ପରବର୍ତ୍ତୀ ବୋଲର ଭାବେ ନିଶାନ୍ତଙ୍କୁ ବାଛିଥିଲେ। ନିଶାନ୍ତଙ୍କ ହାରାହାରି ବଲ୍‌ର ଗତି ୧୩୦ କିଲୋମିଟର ପ୍ରତି ଘଣ୍ଟା ରହୁଥିଲା। ଯେହେତୁ ଆଫ୍ରିଦି ଓ ରୌଫ୍‌ଙ୍କ ୧୪୦ରୁ ୧୫୦ କିଲୋମିଟର ପ୍ରତି ଘଣ୍ଟା ବେଗର ବଲ୍‌ ଖେଳିବାରେ ପାକିସ୍ତାନୀ ବ୍ୟାଟର ଅଭ୍ୟସ୍ତ ହୋଇଯାଇଛନ୍ତି, ତେଣୁ ନିଶାନ୍ତଙ୍କୁ ତାଙ୍କ ବଲ୍‌ର ଗତି ବଢାଇବାକୁ ପରାମର୍ଶ ଦିଆଯାଇଥିଲା। କେବଳ ନିଶାନ୍ତ ନୁହଁନ୍ତି ନେଟ୍ସରେ ସାମିଲ୍‌ ହୋଇଥିବା ସମସ୍ତ ସ୍ଥାନୀୟ ବୋଲରଙ୍କୁ ଏହିଭଳି ପରାମର୍ଶ ଦିଆଯାଇଥିଲା। ଫକର ଜମାନ୍‌ଙ୍କ ସହ କିଛି ନିମ୍ନକ୍ରମର ଖେଳାଳିଙ୍କୁ ନିଶାନ୍ତ ବୋଲିଂ କରିଥିଲେ। ନିଶାନ୍ତଙ୍କ ବୋଲିଂକୁ ଦେଖିବା ପରେ ତାଙ୍କ ଭବିଷ୍ୟତ ବହୁତ ଉଜ୍ବଳ ବୋଲି ଫକର ତାଙ୍କୁ ପରାମର୍ଶ ଦେଇଥିଲେ।

ନିଶାନ୍ତଙ୍କ କହିବାନୁସାରେ, ସେ ବର୍ତ୍ତମାନ ୧୨୫ରୁ ୧୩୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରିପାରୁଛନ୍ତି। ତଥାପି ବୋଲିଂରେ ଗତି ବଢାଇବାକୁ ମର୍କୋଲ୍‌ ପରାମର୍ଶ ଦେଇଥିବାରୁ ‌ଏହା ଉପରେ ସେ ଧ୍ୟାନ ଦେବାକୁ ଆଗ୍ରହ ଦେଖାଇଛନ୍ତି। ସେହିପରି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ର ନେଟ୍ସରେ ସେ ବୋଲିଂ କରିବାକୁ ଆସିପାରିବେ କି ବୋଲି ମଧ୍ୟ ପଚାରିଥିଲେ। ଅଷ୍ଟ୍ରେଲିଆର ମିଚେଲ୍‌ ଷ୍ଟାର୍କ ଓ ପ୍ୟାଟ୍‌ କମିନ୍ସଙ୍କୁ ନିଜର ଆଦର୍ଶ ଭାବୁଥିବା ନିଶାନ୍ତ ଆନ୍ତର୍ଜାତିକ ବ୍ୟାଟରଙ୍କୁ ବୋଲିଂ କରିବାରେ ନୂଆ ଅଭିଜ୍ଞତା ପାଇନାହାନ୍ତି। ଏଥିପୂର୍ବରୁ ନ୍ୟୁଜିଲାଣ୍ଡର ଭାରତ ଗସ୍ତ ସମୟରେ ହାଇଦ୍ରାବାଦରେ ହୋଇଥିବା ମ୍ୟାଚ୍‌ ପୂର୍ବରୁ ଭ୍ରମଣକାରୀ ଦଳ ପାଇଁ ନେଟ୍‌ ବୋଲର ନିୟୋଜିତ ହୋଇଥିଲେ। ଏବେ ପାକିସ୍ତାନ ପାଖାପାଖି ଦୁଇ ସପ୍ତାହ ପର୍ଯ୍ୟନ୍ତ ହାଇଦ୍ରାବାଦରେ ରହିବାକୁ ଥିବାରୁ ନିଶାନ୍ତଙ୍କୁ ବୋଲିଂ କରିବାକୁ ପ୍ରଚୁର ସୁଯୋଗ ମିଳିବ। ଉଭୟ ନାଲି ଓ ଧଳା ବଲ୍‌ରେ କ୍ୟାରିୟର ଗଢିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ତେଣୁ ଏଥିପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ହାଇଦ୍ରାବାଦକୁ କିପରି ପ୍ରତିନିଧିତ୍ବ କରିପାରିବେ ତାହା ଉପରେ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।

 

Leave A Reply

Your email address will not be published.