ଆଇନକୁ ହାତକୁ ନେବା ପାଇଁ କୌଣସି ସାମ୍ବାଦିକ ଲାଇସେନ୍ସ ପାଇନାହାନ୍ତି: ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କୌଣସି ସାମ୍ବାଦିକ ବା ରିପୋର୍ଟର ଆଇନକୁ ହାତମୁଠାକୁ ନେବା ଲାଗି ଲାଇସେନ୍ସ ପାଇନାହାନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ସାମ୍ବାଦିକଙ୍କ ଜାମିନ ନାମଞ୍ଜୁର କରିବା ପରେ ଏହା ବିରୋଧରେ ଆଗତ ପିଟିସନର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଉପରୋକ୍ତ ମତ ଦେଇଛନ୍ତି। ମାମଲାଟି ହେଲା ସେ ଏକ ନବଜାତ ଶିଶୁର କିଣାବିକା ରୢାକେଟ୍‌ର ପର୍ଦ୍ଦାଫାସ କରିବାକୁ ଚେଷ୍ଟା କରୁଥିଲେ।

ତେବେ ସେ ଖବରଟିକୁ ଚାପିଦେବା ପାଇଁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିବା ଓ ମାତ୍ର ୫୦ ହଜାର ଟଙ୍କା ଲାଞ୍ଚ ଦେବାରୁ ଖବର ପ୍ରକାଶ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସାମ୍ବାଦିକ ଜଣକ ଦାବି କରିଛନ୍ତି ଯେ, ସେ ଜଣେ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ୨୬-୦୭-୨୦୨୧ରେ ନବଜାତ ଶିଶୁର କିଣାବିକା ନେଇ ଦୈନିକ ଭାସ୍କରରେ ଖବର ପ୍ରକାଶ କରିଥିଲେ। ଅଭିଯୁକ୍ତ ତାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.