ଏଣିକି ଆଉ ପିଲା ପଢିବେନି ମୋଗଲ ଇତିହାସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ଆଉ ପିଲା ପଢିବେନି ମୋଗଲ ଇତିହାସ । ସିବିଏସଇ ବହିରେ ବର୍ଷ ବର୍ଷ ଧରି ପିଲାଙ୍କୁ ପଢାଯାଉଥିବା ମୋଗଲ ଇତିହାସ ପିଲା ଆଉ ପଢିବେନି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମୋଗଲ ଶାସନ ସମ୍ପର୍କିତ ପାଠ୍ୟକ୍ରମକୁ ବାଦ୍ ଦେବା ପାଇଁ ନିଷ୍ପତି କରିଛି ଏନସିଇଆରଟି । ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟ ପୁସ୍ତକରୁ ଏହି ପାଠ୍ୟକ୍ରମକୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ବିଶେଷ କରି ସିବିଏସଇ ଦ୍ୱାଦଶ ଶ୍ରେଣୀରେ ପଢା ଯାଉଥିଲା- ଥିମ୍ସ ଅଫ ଇଣ୍ଡିଆନ ହିଷ୍ଟ୍ରି ପାର୍ଟ-୨ । ଏହି ପୁସ୍ତକରେ ଥିବା କିଙ୍ଗସ ଅଫ୍ କ୍ରୋନିକିଲ୍ସ- ଦି ମୋଗଲ କୋର୍ଟ୍ସ ପାଠ୍ୟକ୍ରମକୁ ହଟାଇ ଦିଆଯାଇଛି । ଏ ନେଇ ଶିକ୍ଷାବିତଙ୍କ ମତ ହେଲା, ପରିବର୍ତ୍ତି ପରିସ୍ଥିତିରେ ମୋଗଲ ଇତିହାସ ସମ୍ପର୍ତିକ ପାଠର ଆଉ କୌଣସି ମୂଲ୍ୟ ନାହିଁ ତେଣୁ ଏଭଳି ନିଷ୍ପତି ସ୍ୱାଗତଯୋଗ୍ୟ ।

ଏନସିଇଆରଟିର ନିଷ୍ପତି ଅନୁସାରେ, ପାଠ୍ୟକ୍ରମରୁ ମୋଗଲ ଇତିହାସକୁ ବାଦ ଦେବା ଓ ଅନ୍ୟ ପାଠ୍ୟପୁସ୍ତକରେ ପରିବର୍ତନ ୨୦୨୩-୨୪ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ ଲାଗୁ ହେବ । କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତନ ଆଣି କିଛି ଅଧ୍ୟାୟକୁ ବାଦ ଦେଇଛି ଏନସିଇଆରଟି । ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ମୋଗଲ ଇତିହାସକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯିବ । ହିନ୍ଦୀ ପାଠ୍ୟ ପୁସ୍ତକରୁ କେତେକ କବିତା ଓ ପାରାଗ୍ରାଫ୍ ବାଦ୍ ଦେବାକୁ ନିର୍ଦ୍ଦେଶ । ଦ୍ୱାଦଶ ଶ୍ରେଣୀ ନଗର ବିଜ୍ଞାନ ବହିରୁ କେତେକ ପାଠ୍ୟକ୍ରମ ମଧ୍ୟ ବାଦ୍ ଦିଆଯିବ ।  ନଗରବିଜ୍ଞାନରୁ ଦୁଇଟି ଅଧ୍ୟାୟ ‘ଆମେରିକାନ ହେଜିମନି ଇନ୍ ୱାର୍ଲ୍ଡ ପିଲିଟିକ୍ସ’ ଓ ‘ଦି କୋଲ୍ଡ ୱାର ଏରା’କୁ ବାଦ୍ ଦିଆଯିବ ।  ଦ୍ୱାଦଶ ଶ୍ରେଣୀର ‘ଇଣ୍ଡିଆନ ପଲିଟିକ୍ସ ଆଫ୍ଟର ଇଣ୍ଡିପେଣ୍ଡେନ’ ପୁସ୍ତକରୁ ଦୁଇଟି ଅଧ୍ୟାୟ ବାଦ୍ । ଲସେହିଭଳି ଦଶମ ଓ ଏକାଦଶ ଶ୍ରେଣୀର କେତେକ ପୁସ୍ତକରେ ମଧ୍ୟ ଏନସିଇଆରଟି ପରିବର୍ତନ କରିଛି । ତେବେ ଇତିହାସ ପୃଷ୍ଠାରୁ ମୋଗଲ ସାମ୍ରାଜ୍ୟ ଅଧ୍ୟାୟକୁ ବାଦ୍ ଦିଆଯିବା ଉଚିତ ନୁହେଁ ବୋଲି ଶିକ୍ଷାବିତ ମତ ଦେଇଛନ୍ତି । ଏନସିଇଆରଟିକୁ ଅନୁସରଣ କରୁଥିବା ସିବିଏସଇ ସମେତ ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟର ବୋର୍ଡ ମଧ୍ୟ ସଂଶୋଧିତ ପାଠ୍ୟକ୍ରମ ଅନୁୟାୟୀ ପିଲାଙ୍କୁ ଏବେ ପାଠ ପଢାଇବେ ।

କହିରଖୁ କି, ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ସିଲାବସରେ (Sullabus) କିଛି ପରିବର୍ତ୍ତନ କରିଛି। ମୋଗଲ ସାମ୍ରାଜ୍ୟ ସହିତ ଜଡିତ କିଛି ଅଧ୍ୟାୟ ଆଉ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ସିବିଏସ୍ଇ ଏବଂ ୟୁପି ବୋର୍ଡର ଇତିହାସ ପାଠ୍ୟକ୍ରମର ଅଂଶ ହେବ ନାହିଁ। ମୋଗଲ ଇତିହାସ ସହିତ ନାଗରିକ ଶାସ୍ତ୍ର (Human Pshychology) ସିଲାବସ୍ ମଧ୍ୟ ପରିବର୍ତ୍ତନ କରାଯାଇଛି। ଫିରାକ ଏବଂ ନିରାଲାଙ୍କ କାର୍ଯ୍ୟ ମଧ୍ୟ ସିଲାବସରେ ଦେଖାଯିବ ନାହିଁ। NCERTର ବରିଷ୍ଠ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ କିଛି ଇତିହାସ ଶିକ୍ଷା ସେମାନଙ୍କ ପୁସ୍ତକରେ ପରିବର୍ତ୍ତନ ଏବଂ ବିଲୋପ କରାଯାଇଛି।

Leave A Reply

Your email address will not be published.