ତାମ୍ପରା ହ୍ରଦର ଉଚ୍ଚ ଜଳସ୍ତରର ୫୦ ମିଟର ଭିତରେ ହେବନି କୌଣସି ସ୍ଥାୟୀ ନିର୍ମାଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତାମ୍ପରା ହ୍ରଦର ଉଚ୍ଚ ଜଳସ୍ତରର ୫୦ ମିଟର ଭିତରେ ହେବନି କୌଣସି ସ୍ଥାୟୀ ନିର୍ମାଣ। ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଗଞ୍ଜାମ ଜିଲ୍ଲାର ତାମ୍ପରା ଲେକ୍ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଲାଗିଛି ଏନଜିଟି ଝଟକା। ତୁରନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ତାମ୍ପରା ହ୍ରଦର ଉଚ୍ଚ ଜଳସ୍ତରର ୫୦ ମିଟର ଭିତରେ କୌଣସି ସ୍ଥାୟୀ ନିର୍ମାଣ ହୋଇ ପାରିବନି। ସୌନ୍ଦର୍ଯ୍ୟକରଣ ନାଁରେ ବେଆଇନ୍ ଭାବେ ସ୍ଥାୟୀ କଟେଜ୍ ସରକାର ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ମାମଲା ପରେ ଉଦବେଗ ପ୍ରକାଶ କରି କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

ଏହି ମାମଲାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟିରେ CPCB, ଗଞ୍ଜାମ ଜିଲ୍ଲାପାଳ, ପରିବେଶ ନିର୍ଦ୍ଦେଶକ ସାମିଲ୍ ଅଛନ୍ତି । ତଦନ୍ତ ପରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତା ୧୩ ତାରିଖରେ ରହିଛି ପରବର୍ତ୍ତୀ ଶୁଣାଣି । 

Leave A Reply

Your email address will not be published.