ଓଡ଼ିଆ ନ୍ୟୁଜ୍: ଆକ୍ସନ ମୋଡ୍ରେ ବାଣୀବିହାର କର୍ତ୍ତୃପକ୍ଷ।ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍ କଲେ।ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବ କହିଲେ।୨ ନଂ ହଷ୍ଟେଲ୍ର ୨୫ ରୁମ୍ ଓ ୧ ନଂ ହଷ୍ଟେଲ୍ର ୧୯ ରୁମ୍ ସିଲ୍।୧ ନଂ ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନ ମଧ୍ୟ ସିଲ୍ ହେଲା।ଏଣିକି ପୋଲିସ ଜଗିବେ; ଆଇ କାର୍ଡ ଦେଖାଇ ପିଲା ଭିତରକୁ ଯିବେ।
୧୦ ପ୍ଲାଟୁନ ପୁଲିସ ସହ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ପହଞ୍ଚିଥିଲେ ୫ ଏସିପି, ୪ ଆଇଆଇସି, ୧୩ ଏସଆଇ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୂରା ପ୍ରସ୍ତୁତ ହୋଇ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲା ପୁଲିସ । ବାସ୍ ଏହାପରେ ଆରମ୍ଭ ହୋଇଥିଲା ଅଣଛାତ୍ର ତଡ଼ା ଅଭିଯାନ । ଛାତ୍ରବାସର ରୁମ୍କୁ ବର୍ଷ ବର୍ଷ ଧରି କବଜା କରିଥିବା ଅଣଛାତ୍ରଙ୍କ ରୁମର ତାଲିକା ଧରି ପହଞ୍ଚିଥିଲା ପୁଲିସ ।
ଫାଙ୍କା ପଡ଼ିଥିବା ରୁମରେ ତାଲା ମାରିଥିଲା ଏବଂ ବନ୍ଦ ଥିବା ରୁମର ତାଲା ଭାଙ୍ଗିଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦେଖିଲା ବେଳକୁ ସବୁ ରୁମରେ ପଙ୍ଖା ଘୂରୁଥିଲା, ଲାଇଟ୍ ଜଳୁଥିଲା । ଭିତରେ ବେଆଇନ ଭାବେ ଲାଗି ରହିଥିଲା ହିଟର । ଲାଗୁଥିଲା, ପୁଲିସ ଆସିବାର ଆଗୁଆ ସୂଚନା ପାଇ ଛୁ ମାରିଥିଲେ ଅଣଛାତ୍ର । ରୁମ ଭିତରୁ ଅଣଛାତ୍ରଙ୍କ ଜିନିଷ ବାହାରକୁ ଆଣି ଫୋପାଡ଼ିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।