ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ହଟିଲା ନିଲମ୍ବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରିଷ୍ଠ ପ୍ରଶାସକ ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ଗୁରୁବାର ରାଜ୍ୟ ସରକାର ନିଲମ୍ବନ ହଟାଇଛନ୍ତି। ଏହା ସହିତ ସରକାର ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମସଚିବ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ୨୦୧୮ରେ ଦେବ ପ୍ରସାଦ ଦାଶଙ୍କୁ ନିଲମ୍ବନ କରିଥିଲେ ସରକାର । ଦୀର୍ଘ ୬ ବର୍ଷ ପରେ ଏବେ ନିଲମ୍ବନ ଉଠିଛି ।

ଓଡ଼ିଶା ସରକାରଙ୍କ ସେବା ନିୟମ ଉଲ୍ଲଂଘନ ନକରିବାକୁ ସର୍ତ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ସେ ରାଜ୍ୟ ସରକାରଙ୍କ ଜଏଣ୍ଟ ସେକ୍ରେଟାରୀ ଭାବେ ଦାୟିତ୍ୱ ସଂଭାଳିବେ । ଦେବ ପ୍ରସାଦ ଦାଶଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ନିଯୁକ୍ତି ଦିଆଯାଇଛି । ତେବେ ନିଲମ୍ବନ ପ୍ରସଙ୍ଗରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ OAS ଅଧିକାରୀ ଦେବ ପ୍ରସାଦ ଦାଶ । ସେ କହିଛନ୍ତି ମୋତେ ହାତରେ ନୁହେଁ ଭାତରେ ମାରିବାକୁ ଚେଷ୍ଟା କରାଯାଇଥିଲା ।

ଏହି ନିଲମ୍ବନ ଦ୍ୱାରା ମୋ ଅପେକ୍ଷା ମୋ ପରିବାରକୁ ଅଧିକ ଦଣ୍ଡିତ କରାଯାଇଥିଲା । ନୂଆ ସରକାର ଆସିବା ପରେ ମୋତେ ନ୍ୟାୟ ମିଳିଲା ବୋଲି ସେ କହିଛନ୍ତି। ମୋ ପ୍ରତି ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ନୂଆ ସରକାର ଦେଇଥିବା ନୂଆ ଦାୟିତ୍ୱ ସୁଚାରୁ ରୂପେ ସଂପାଦନ କରିବି ବୋଲି କହିଛନ୍ତି ଦେବ ପ୍ରସାଦ ।

Leave A Reply

Your email address will not be published.