ଓଡିଶାବାସୀଙ୍କୁ ଓଡ଼ିଆ ନବବର୍ଷ ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଓଡ଼ିଆ ପଞ୍ଜିକା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି l ଏହି ଦିନ ଟିକୁ ଓଡ଼ିଆ ନବବର୍ଷ ରୂପରେ ପାଳନ କରାଯାଏ l ପ୍ରଧାନମନ୍ତ୍ରୀ ଟୁଇଟ କରି ଉଲ୍ଲେଖ କରିଛନ୍ତି ଯେ ଓଡିଶାବାସୀଙ୍କୁ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭକାମନା l ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ l ବର୍ଷ ସାରା ଉତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା l
ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ। #PanaSankranti #OdiaNewYear pic.twitter.com/gIyTviR9we
— Naveen Patnaik (@Naveen_Odisha) April 13, 2020
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜାଣଇ ଲେଖିଛନ୍ତି ମହା ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷର ଅବସରରେ ସମସ୍ତଙ୍କୁ ମୋର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ l
ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଜିର ଦିନ କରୋନା ବିରୋଧରେ ବିଜୟ ସଂକଳ୍ପ ଦିବସ ହେଉ ବୋଲି ଜନ ସାଧରଣଙ୍କୁ ଆହ୍ୱାନ କରିଛନ୍ତି। #OdiaNewYear #PanaSankranti pic.twitter.com/26ZHG4eLU5
— Governor Odisha (@GovernorOdisha) April 13, 2020
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ଆଜିର ଦିନ କରୋନା ବିରୋଧରେ ବିଜୟ ସଂକଳ୍ପ ଦିବସ ହେଉ ବୋଲି ଜନସାଧାରଣଙ୍କୁ ସେ ଆହ୍ଵାନ ଦେଇଛନ୍ତି l