ଯାଜପୁରରେ ଖୋଲିଲା ଦୋକାନ

0

କେନ୍ଦ୍ର ସରକାର ଦେଶରେ ଲକ୍ ଡାଉନ୍ ଘୋଷଣା କରିଥିବାବେଳେ ରାଜ୍ୟ ସରକାର ଲକ୍ ଡାଉନର ଅବଧିକୁ ଏପ୍ରିଲ୍ 30 ପର୍ଯ୍ୟନ୍ତ ବଢାଇଛନ୍ତି l ଏହାରି ଭିତରେ କିଛିଟା ଆଶ୍ୱସ୍ତି ପାଇଛନ୍ତି ଯାଜପୁର ବାସିନ୍ଦା l ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜିଠାରୁ ସମସ୍ତ ବହି ଓ ପାଠ୍ଯ ଉପକରଣ, ଗ୍ୟାରେଜ୍, ବିଦ୍ୟୁତ୍ ଉପକରଣ ଓ ମରାମତି ଦୋକାନ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଥିଲେ l

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ଯନ୍ତ୍ରପାତି କୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ବିଦ୍ୟୁତ୍ ଉପକରଣ ଦୋକାନ ଗୁଡିକୁ ଖୋଲା କରିବା ପାଇଁ ଅନୁମତି ଦେଇଛନ୍ତି l ସେହିପରି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଉଥିବା ଗାଡି ଗୁଡିକର ମରାମତି କରିବା ପାଇଁ ଗ୍ୟାରେଜ୍ ଗୁଡିକ ଉପରୁ କଟକଣା ହ୍ରାସ କରିଛନ୍ତି l ସରକାର ଜୁନ 17 ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ଇତ୍ୟାଦି ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି l ଏବଂ ଲକ୍ ଡାଉନ୍ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ୍ଯ ଉପକରଣ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଛାତ୍ରଛାତ୍ରୀ ମାନଙ୍କର ସୁବିଧା ଦୃଷ୍ଟିରୁ ବହି ଓ ପାଠ୍ଯ ଉପକରଣ ଦୋକାନ ଗୁଡିକ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି l

ଏହିସବୁ ଦୋକାନ ଗୁଡିକ ଖୋଲା ଯିବାରୁ ଦୋକାନ ମାନଙ୍କରେ ଭିଡ଼ ଦେଖିବାକୁ ମିଳୁଥିବା ବେଳେ l ଦୋକାନି ମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖୁଥିବାର ଚିତ୍ର ଦେଖିବାକୁ ମିଳିଛି l

Leave A Reply

Your email address will not be published.