ଆମେରିକାରେ 40 ଭାରତୀୟଙ୍କ ମୃତ୍ୟୁ

0

ଆମେରିକାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି l ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 20.000 ଟପିଯାଇଛି l ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ଆମେରିକାରେ 24 ଘଣ୍ଟାରେ 2000 ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି l ଆମେରିକାର ନ୍ୟୁୟର୍କ ସହରରେ ଅଧିକ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତି l

ଆମେରିକାରେ ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଭବ ମଧ୍ଯ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି l ଆମେରିକାରେ ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଭବ ପ୍ରାୟ 1500 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ଛି l ସେହିପରି 40 ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି l ତେବେ କରୋନା ଜନିତ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ମାନଙ୍କ ମଧ୍ୟରୁ କେରଳରୁ 17 ଜଣ, ଗୁଜୁରାଟ ରୁ 10, ପଞ୍ଜାବ ରୁ 4, ଆନ୍ଧ୍ରପ୍ରଦେଶ ରୁ 2 ଏବଂ ଓଡିଶାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି l ଆମେରିକାର ନୁ୍ୟର୍କ ସହରରେ 1000 ରୁ ଉର୍ଦ୍ଧ୍ବ ଭାରତୀୟ ବଂଶୋଭବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ନ୍ୟୁଜର୍ସୀରେ 400 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି l ସେହପରି ନ୍ୟୁୟର୍କ ରେ 15 ଭାରତୀୟ ବଂଶୋଭବ ଙ୍କ ମୃତ୍ୟୁ ହୋଇଥିବା ବେଳେ ଟେକ୍ସlସ ଓ କ୍ୟାଲିଫର୍ଣ୍ଣିଆ ରୁ ଜଣେ ଲେଖାଏଁ ଏବଂ ପେନସିଲଭlନିଆ ଓ ଫ୍ଲୋରିଡ଼ାରେ 4 ଭାରତୀୟ ବଂଶୋଭବ ଙ୍କ ମୃତ୍ୟୁ ହୋଇଥିବା ବେଳେ ନ୍ୟୁଜର୍ସୀରେ 12 ଭାରତୀୟ ନାଗରିକ ଙ୍କ ମୃତ୍ୟୁ ଘଟିଛି l

Leave A Reply

Your email address will not be published.