ସାରା ଓଡ଼ିଶାରେ ମୁକ୍ତିଲାଭ କଲା‌ ଓଡିଆ ଫିଲ୍ମୀ ‘କହିବିନି ତତେ ଆଇ ଲଭ୍ ୟୁ “

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ତିତ୍‌ଲି ପ୍ରଡକ୍ସନ୍ ନିବେଦିତ ଓ ଏଲ୍‌ ପ୍ରଡକ୍ସନ୍ ସହଯୋଗରେ ନିର୍ମିତ ଓଡ଼ିଆ ସିନେମା ‘କହିବିନି ତତେ ଆଇ ଲଭ୍ ୟୁ’ ସାରା ଓଡ଼ିଶାରେ ୨୦ଟି ହଲ୍‌ରେ ରିଲିଜ୍ ହୋଇଯାଇଛି। । ଭୁବନେଶ୍ବର ସ୍ବାତୀରେ ଏବଂ କଟକ ବୃନ୍ଦାବନ ହଲରେ ଦିନ ୧୧ଟାରେ ପୂରା ଟିମ୍
ଉପସ୍ଥିତରେ ଏହାର ପ୍ରିମିୟର ହୋଇ ଥିବା ବେଳେ ଦର୍ଶକମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା। ଆଲ୍‌ବମ୍ ଓ ମ୍ୟୁଜିକ୍ ଭିଡିଓ ଦୁନିଆର ଚର୍ଚ୍ଚିତ ଷ୍ଟାର୍ ଲୁବୁନ-ଟୁବୁନ ଭ୍ରାତା ଏହି ସିନେମା ଜରିଆରେ ବଡ଼ ପରଦାରେ ନିଜ ଦକ୍ଷତା ପରଖିବାକୁ ଯାଉଛନ୍ତି। ‘କହିବିନି ତତେ ଆଇ ଲଭ୍ ୟୁ’ର ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ।

ଡିଓପିରେ ଟୁବୁନ ସେନ ଥିଲାବେଳେ କୋରିଓଗ୍ରାଫି କରିଛନ୍ତି ଦୁଇ ଭାଇ । ଲୁବୁନ ନାୟକ ଭୂମିକାରେ ଥିବାବେଳେ ତାଙ୍କ ନାୟିକା ହୋଇଛନ୍ତି ମୁମ୍ବାଇର ସୋନା। ସିନେମାର ସୁନ୍ଦର କାହାଣୀ ସାଙ୍ଗକୁ ଲୁବୁନ ଓ ସୋନା ନୂଆ ଯୋଡ଼ି ଦର୍ଶକଙ୍କ ମନ ଜିଣିବେ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ କହିଛନ୍ତି। ଏହାର କାହାଣୀ ରଚନା ସାଙ୍ଗକୁ ପ୍ରଯୋଜନା କରିଛନ୍ତି ପ୍ରୀତିଶ ମହାନ୍ତି। ସଂଳାପ ବାପୁ ଗୋସ୍ଵାମୀ ଲେଖିଥିବାବେଳେ ଉଭୟ ବାପୁ ଡା. ନିର୍ମଳ ନାୟକ ଗୀତଗୁଡ଼ିକ ଲେଖିଛନ୍ତି। ହ୍ୟୁମାନ୍ ସାଗର, ଅର୍ପିତା ଚୌଧୁରୀ ଓ ଦିସ୍ତୀରେଖା ପାଢ଼ୀଙ୍କ ଭଳି କଣ୍ଠଶିଳ୍ପୀମାନେ ଗୀତଗୁଡ଼ିକୁ ଗାଇଛନ୍ତି । ସମସ୍ତ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ।

Leave A Reply

Your email address will not be published.