ବିଧାନସଭାରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍‌

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନରେ ପାରିତ ହୋଇଛି ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ । ବିଧାନସଭାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍‌, ପଦ ଓ ସେବା ସଂରକ୍ଷଣ ବିଲ୍‌ ପାସ୍ ହୋଇଛି । ସେହିପରି ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିଶନ ସଂଶୋଧନ ବିଲ୍‌ ପାସ୍‌ ହୋଇଛି । ଦ୍ରବ୍ୟ ଓ ସେବା କର ଏବଂ ପୌର ବିଧି ସଂଶୋଧନ ବିଲ୍‌ ପାରିତ ହୋଇଛି । ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବର ପ୍ରତିକାର ପାଇଁ ଗଠନ କରାଯାଇଛି ମଙ୍କି ସ୍କ୍ବାଡ । ମାଙ୍କଡ଼ ମାନଙ୍କୁ ଖାଦ୍ୟ ନ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଗୃହରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶ୍ନରେ ବିବୃତି ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ । ଗୃହ କାର୍ଯ୍ୟ ଆରମ୍ଭରୁ ଦେଖିବାକୁ ମିଳିଥିଲା ହଟ୍ଟଗୋଳ । ଗୃହରେ ହୋ ହାଲ୍ଲା କରିବା ସହ ନାରାବାଜି କରିଛନ୍ତି ବିରୋଧୀ । ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ରଶ୍ନ ରିଜେକ୍ଟ କରିଦେବାକୁ ବିରୋଧ କରିଛି ବିଜେପି ।

ସେହିପରି ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲା । ଏହା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଣଷା କରିଥିଲେ ବାଚସ୍ପତି । ପ୍ରଶ୍ନକାଳରେ ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ରହିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହ ପ୍ରତାପ ଜେନାଙ୍କ ପ୍ରସଙ୍ଗ ଉଠିପାରେ ବୋଲି ଅନୁମାନ କରାଯାଉଛି ।

 

Leave A Reply

Your email address will not be published.