ଗ୍ରୋଥ୍ ଇଞ୍ଜିନ୍ ହେବ ଓଡ଼ିଶା: ରାଜ୍ୟପାଳ

0

ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ।ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ।ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି।ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା।ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି।ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ।ଭିତ୍ତିଭୂମି ସୁଦୃଢ଼ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ।

ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି। ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ। ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ। ଫଳରେ ଚାଷୀ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି।ରାଜ୍ୟରେ ତିନି ଗୁଣା ବଢ଼ିଛି ଫସଲ ଉତ୍ପାଦନ। ୨୦୦୦-୦୧ରେ ଥିଲା ୫୫.୩୫ ଲକ୍ଷ ମେଟ୍ରିକ ଟନ୍। ୨୦୨୪-୨୫ରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ଫସଲ ଉତ୍ପାଦନ।

Leave A Reply

Your email address will not be published.