ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ଆଜି ବସିବ ସର୍ବଦଳୀୟ ବୈଠକ । ଆଗାମୀ ବଜେଟ୍ ଅଧିବେଶନ ପାଇଁ ପୂର୍ବାହ୍ନ ୧୧ଟା ୩୦ରେ ସର୍ବଦଳୀୟ ବୈଠକ । ବିଧାନସଭାର କାର୍ଯ୍ୟସୂଚୀ ଉପରେ ବୈଠକରେ ଆଲୋଚନା କରାଯିବ। ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ।
ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକରେ ସମନ୍ୱୟ ରକ୍ଷା ପାଇଁ ହୋଇପାରେ ଆଲୋଚନା । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ୨୦ରେ ୨୦୨୬-୨୭ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।