ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି

0

ଓଡ଼ିଆ ନ୍ୟୁଜ୍: ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି କଲେ ବାଚସ୍ପତି। ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତବି କଲେ ବାଚସ୍ପତି। ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିଲା ବଜେଟ୍‌ ଅଧିବେଶନ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଆରମ୍ଭ ହୋଇଥିଲା।ଗତକାଲି ରାତି ୧୨ଟା ୩୯ ଯାଏଁ ଚାଲିଥିଲା ବିଧାନସଭା।ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍‌ ହୋଇଥିଲା ପାରିତ।ରାତି ୮.୩୦ରୁ ସାଢ଼େ ୧୨ଟା ଯାଏଁ ଏହି ବଲ୍‌ ଉପରେ ହୋଇଥିଲା ଆଲୋଚନା।ପ୍ରତ୍ୟାହୃତ ହେଲା ବିଧାୟକ ଦରମା ବୃଦ୍ଧି ସଂଶୋଧନ ବିଲ୍‌।

ମଙ୍ଗଳବାର ମଧ୍ୟ ସମାନ ଢଙ୍ଗରେ ଶାସକ-ବିରୋଧୀ ଏକ୍ ହୋଇ ଏହି ବିଲକୁ ପ୍ରତ୍ୟାହୃତ କରିବାକୁ ହଁ ହଁ ଭରିଥିଲେ। ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ୪ଟି ଯାକ ବିଲ୍ ପ୍ରତ୍ୟାହାର ନେଇ ପ୍ରସ୍ତାବ ଆଗତ କରିଥିଲେ । ବାଚନିକ ଭୋଟରେ ଏହା ପାରିତ ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ, ଏହି ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ କିଛି ସଦସ୍ୟ ଏହାକୁ ତର୍ଜମା କରିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଏହାକୁ ପ୍ରତ୍ୟାହୃତ କରାଯାଉଛି। ଗତ ଶୀତ ଅଧିବେଶନ ସମୟରେ ଏହି ବିଲ୍ ପାରିତ ହୋଇଥିଲା। ବିଧାୟକମାନଙ୍କର ଦରମା, ଭତ୍ତା ବାବଦକୁ ଏକାଥରକେ ଅହେତୁକ ବୃଦ୍ଧି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Leave A Reply

Your email address will not be published.