ପାନୀୟ ଜଳ ପ୍ରସଙ୍ଗ, ବିଧାନସଭାରେ ମୁହାଁ ମୁହିଁ ହେଲେ ବିଜେଡି, ବିଜେପି

0

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ମୁହାଁ ମୁହିଁ ହେଲେ ବିଜେଡି, ବିଜେପି।ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ମୁହାଁମୁହିଁ।ପୂର୍ବ ସରକାରଙ୍କୁ ସମାଲୋଚନା କଲେ ପାନୀୟ ଜଳ ମନ୍ତ୍ରୀ।ସମାଲୋଚନା ବେଳେ ଉତକ୍ଷିପ୍ତ ହେଲେ BJD ବିଧାୟକ।ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ରବି ନାଏକ।୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ମନ୍ତ୍ରୀ।

ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ଅତିରିକ୍ତ ପ୍ରଶ୍ନ ଉତ୍ତେର ମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କରିଥିଲେ । ସେ କହିଥିଲେ କି, ୨୪ ବର୍ଷରେ ପୂର୍ବ ସରକର ୨୬ ହଜାର ଟ୍ୟୁବଓ୍ୱେଲ୍ କରିଥିବା ବିଜେପି ସରକାର ବର୍ଷକ ମଧ୍ୟରେ ୨୬ ହଜାର ଟ୍ୟୁବେଲ୍ କରିସାରିଲେଣି ।ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରଶ୍ନକାଳରେ ଏହି ତଥ୍ୟ ଉପସ୍ଥାପନ ବେଳେ ହଠାତ୍ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ବିଜେଡି ବିଧାୟକ । ବିଜେପି ସଦସ୍ୟ ମଧ୍ୟ ତାହାର ଜବାବ ରଖିଥିଲେ । କିଛି ସମୟ ପାଇଁ ଗୃହରେ ଉଚ୍ଚବାଚ ସ୍ଥିତି ସୃଷ୍ଟି ହୋଇଥିଲା । ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ନୀରବ ହୋଇଥିଲେ ଉଭୟ ଦଳର ବିଧାୟକ ।

 

Leave A Reply

Your email address will not be published.