ଗୃହରେ ବିରୋଧୀଙ୍କ ହୋହଲ୍ଲା, 4 ଟା ଯାଏ ଗୃହ ମୁଲତବୀ

0

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ବିରୋଧୀ ବିଧାୟକମାନଙ୍କ ହୋହଲ୍ଲା। ରାଜ୍ୟରେ ଗ୍ୟାସ୍‌ ଅଭାବକୁ ନେଇ ବିରୋଧୀଙ୍କ ହଙ୍ଗାମା। ପ୍ଲାକାର୍ଡ ଧରି ଗୃହରେ ବିରୋଧୀଙ୍କ ନାରାବାଜି।ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଚାଲିଛି ପ୍ରଶ୍ନୋତ୍ତର।ବାରମ୍ବାର ମୁଲତବୀ ପରେ ଏବେ ୪ ଯାଏଁ ଗୃହ ବନ୍ଦ କରିଲେ ବାଚସ୍ପତି । ଗ୍ୟାସ୍‌ ଦର ପ୍ରତିବାଦରେ ବିଧାନସଭା ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ବିଧାନସଭା ବଜେଟ୍ ଅଧିବେଶନ । ଗୁରୁବାର ବିଧାନସଭା ଅଧିବେଶନର ଥିଲା ୪ର୍ଥ ଦିନ । ତିନି ଦିନ ଧରି ବେଶ୍‌ ସୁରୁଖୁରରେ ଚାଲିଥିଲା ଗୃହ । ହେଲେ ଗୁରୁବାର ଦିନ ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଥିଲା ହଙ୍ଗାମା । ରାଜ୍ୟରେ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଗୃହ ମଧ୍ୟଭାଗକୁ ଆସିଥିଲେ ବିରୋଧୀ ସଦସ୍ୟ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧୀ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ଯାହାକୁ ନେଇ ବାଚସ୍ପତି ପ୍ରଥମେ ଗୃହ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ୧୧ ଟା ୩୦ରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ଥରେ ବିରୋଧୀ ସଦସ୍ୟ ହୋହାଲ୍ଲା ଏବଂ ହଙ୍ଗାମା କରିଥିଲେ । ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସିଥିଲେ । ଯାହାପରେ ବାଚସ୍ପତି ଗୃହକୁ ୧୨ଟା ୧୦ ମିନିଟ ଯାଏଁ ମୁଲତବୀ ରଖିଥିଲେ । ସମୟ ଅବଧି ସରିବା ପରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ତାପରେ ବି ଥମିନଥିଲା ହୋହାଲ୍ଲା । ସେହି ସମାନ ପ୍ରସଙ୍ଗ ନେଇ ବିଧାନସଭା ହଙ୍ଗାମା ଜାରି ରହିଥିଲା । ଶେଷରେ ବାଚସ୍ପତି ସୁରମା ପାଢୀ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ।

Leave A Reply

Your email address will not be published.