ଓଡ଼ିଆ ନ୍ୟୁଜ୍: କେଉଁଠି ଶିକ୍ଷକ ନାହାନ୍ତି ପୁଣି କେଉଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ଅଭାବ । ଆଉ ପୁଣି କେଉଁଠି ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଦିଆଗଲାଣି ନିର୍ଯାତନା । ଜାଲ୍ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିବା ବେଳେ ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ଯାଏଁ ଶିକ୍ଷା ବ୍ୟବସ୍ଥାର ବିକଳ ରୂପ ସାମ୍ନାକୁ ଆସିଛି । ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ଏଭଳି ଉଦବେଗଜନକ ତଥ୍ୟ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ଥିବା ସ୍ପଷ୍ଟ ସୂଚନା ଦେଇଛି ।
ତେବେ ୯ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ଟି ମାମଲା ରୁଜୁ ହୋଇଛି । ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ମାମଲା ବଢିଛି । ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା । ସେହିପରି ଜାଲ ସାଟିଫିକେଟରେ ଚାକିରୀ କରି ନିଲମ୍ବନ ହୋଇଛନ୍ତି ଶିକ୍ଷକ । ୪୨୪ ଜଣ ଶିକ୍ଷକ ଙ୍କ ଚାକିରୀରୁ ବହିସ୍କୃତ କରିଛି ଗଣ ଶିକ୍ଷା ବିଭାଗ ।