ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ନେଇ ଲିଖିତ ପ୍ରତିଶୃତି ନଦେଲେ ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ। ଶ୍ରୀମନ୍ଦିର ଚାରିଦୁଆର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନଭଣ୍ଡାର ସୁରକ୍ଷା ନେଇ ଓଡିଶା ବନ୍ଦ ପ୍ରସଙ୍ଗ। ଜଗନ୍ନାଥ ସେନା ସହ ଆଲୋଚନା କଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଆଲୋଚନା ବିଫଳ ହୋଇଥିବା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦେଲେ ସୂଚନା। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ସମେତ ରତ୍ନଭଣ୍ଡାର ସୁରକ୍ଷା ନେଇ ଜଗନ୍ନାଥ ସେନା ଅକ୍ଟୋବର ୩ ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା।
ତେବେ ଶ୍ରୀମନ୍ଦିର ଚାରିପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଚାରିଦୁଆର ଖୋଲିବାକୁ ଆଜି ଜିଲ୍ଲାପାଳ ଜଗନ୍ନାଥ ସେନା ଆବାହକଙ୍କୁ କହିଥିବା ବେଳେ ଏନେଇ ଅସହମତି ପ୍ରକାଶ କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ଜିଲ୍ଲାପାଳଙ୍କ ସହ ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପ୍ରଶାସନ ତରଫରୁ ଲିଖିତ ପ୍ରତିଶୃତି ଆଶା କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।