ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପ ନିର୍ବାଚନ ପୂର୍ବରୁ ହେବ ଭୋଟର ତାଲିକା ସଂଶୋଧନ।୧୫ରେ ଚିଠା ଭୋଟର ତାଲିକା।ଅକ୍ଟୋବର ୯ରେ ହେବ ଚୂଡ଼ାନ୍ତ ଭୋଟର ତାଲିକା।ଆପତ୍ତି, ଅଭିଯୋଗ ଓ ସଂଶୋଧନ କରିପାରିବେ ଭୋଟର।ସେପ୍ଟେମ୍ବର ୧୫ରୁ ୨୯ ଅଭିଯୋଗ ଗ୍ରହଣ। ଅକ୍ଟୋବର ୭ ସୁଦ୍ଧା ଅଭିଯୋଗର ସମାଧାନ।
ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ହେବ। ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ନୂଆପଡ଼ା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧୀକାରୀ (ସିଇଓ)ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତିରେ କୁହାଯାଇଛି ଯେ, ଚଳିତ ସେପ୍ଟେମ୍ବର ୧୫ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟରମାନେ ୧୫ ତାରିଖ ସୁଦ୍ଧା ଦାବି ଓ ଆପତ୍ତି କରିପାରିବେ। ସେହିପରି ଆସନ୍ତା ଅକ୍ଟୋବର ୯ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ନୂଆପଡ଼ାରେ ଉପନିର୍ବାଚନ ପାଇଁ ରାଜନୈତିକ ଦଳମାନେ ସକ୍ରିୟ ହୋଇଯାଇଛନ୍ତି। ଏଠାରେ ଗତ ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ବିଜୟ ହାସଲ କରିଥିଲା। ତେଣୁ ବିଜୟ ଧାରା ଜାରି ରଖିବାକୁ ବିଜେଡି ଉଦ୍ୟମ କରିବ। ସେହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଦ୍ବିତୀୟ ଓ କଂଗ୍ରେସ ଚତୁର୍ଥ ସ୍ଥାନରେ ଥିଲେ। ବିଜେପି ତୃତୀୟ ସ୍ଥାନରେ ଥିଲା। ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ଆସନରେ ଜିତି ବିଧାନସଭାରେ ନିଜର ସଦସ୍ୟ ସଂଖ୍ୟା ବଢ଼ାଇବାକୁ ଚାହିଁବ।