ଶକ୍ତି ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରତାପ ଦେବଙ୍କୁ ଭେଟିଲେ ବିଦ୍ୟୁତ କର୍ମଚାରୀ ମହାସଂଘ, ଅନେକ ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଦାୟିତ୍ୱ ନେବାପରେ ବାସଭବନରେ ମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ । ଏହାସହିତ ଆଳି ନିର୍ବାଚନ ମଣ୍ଡଳୀର ସମର୍ଥକମାନେ ମନ୍ତ୍ରୀଙ୍କୁ ଭେଟିଥିଲେ । ମନ୍ତ୍ରୀଙ୍କ ପ୍ରତିକ୍ରିୟାରେ କହୁଛନ୍ତି । ଆଜି ସକାଳେ ପୁରୀ ଜଗନାଥ ମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଶୀର୍ବାଦ ଲୋଡ଼ିଛି ।

ଦାୟିତ୍ୱ ନେବା ପରେ ମୋର ବିଭାଗୀୟ ଅଧିକାରୀଙ୍କ ସହ ଭେଟିବି । ଏହାପରେ ଆଗକୁ ଆକ୍ସନ ପ୍ଲାନ କରିବି । ସେହିପରି ଶକ୍ତି ମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ । ପୂର୍ବରୁ ଯେଉଁ ଦାବି ରହିଯାଇଛି ତାହାକୁ ନେଇ ମନ୍ତ୍ରୀଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରିବୁ । ତେବେ ବିଦ୍ୟୁତ କର୍ମଚାରୀମାନଙ୍କ ଅନେକ ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି ମହାସଂଘ ।

 

Leave A Reply

Your email address will not be published.