ପିନାକୀ ମହୁଆ ବାହାଘର ଚର୍ଚ୍ଚା !

0

ଓଡ଼ିଆ ନ୍ୟୁଜ୍:ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ବିବାହ ନେଇ ଚର୍ଚ୍ଚା।ଟିଏମ୍‌ସିର ମହୁଆ ମୋଇତ୍ରାଙ୍କୁ ବିବାହ କରିଥିବା ଚର୍ଚ୍ଚା।ନିର୍ଦ୍ଧିଷ୍ଟ ଅତିଥିଙ୍କ ମେଳରେ ବାହାଘର ସରିଛି।ଜର୍ମାନୀ ବର୍ଲିଂରେ ୱେଡିଂ ଡେଷ୍ଟିନେସନ କରିଥିବା ସୂଚନା। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି ସାଂସଦ ପିନାକୀ ମିଶ୍ର ଓ ସାଂସଦ ମହୁଆ ମୋଇତ୍ରା । ଜର୍ମାନୀରେ ବିବାହ କରିଥିବା ନେଇ ଚର୍ଚ୍ଚା । ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ଶୁଣିବାକୁ ମିଳୁଛି ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ଥିଲା । ଏହି ବନ୍ଧୁତା ବର୍ତ୍ତମାନ ବିବାହରେ ପରିଣତ ହୋଇଛି । ପିନାକୀଙ୍କ ବୟସ ୬୫ବର୍ଷ ହୋଇଥିବା ବେଳେ ମହୁଆଙ୍କ ବୟସ ୫୦ ବର୍ଷ ।

ମେ ୩ ତାରିଖରେ ଜର୍ମାନୀରେ ବିବାହ କରିଥିବା ଚର୍ଚ୍ଚା । ବିବାହକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ପିନାକୀଙ୍କ ସହ ମହୁଆଙ୍କ ଦ୍ୱିତୀୟ ବିବାହ । ମହୁଆ ଏବେ ପଶ୍ଚିମବଙ୍ଗ କିଶନଗରର ସାଂସଦ । ସଂଗୀତା ମିଶ୍ରଙ୍କ ସହ ପିନାକୀଙ୍କର ପ୍ରଥମ ବିବାହ ଏବେ ମହୁଆଙ୍କୁ ବାହା ହୋଇଥିଲେ । କିନ୍ତୁ ଏନେଇ ପିନାକୀ ମିଶ୍ର ଓ ମହୁଆଙ୍କ ପକ୍ଷରୁ କିଛି ସୂଚନା ମିଳି ନାହିଁ । ବର୍ତ୍ତମାନ ଦୁହେଁଙ୍କ ର ଫଟୋ ସୋସିଆଲ୍ ମିଡିଆ ଭାଇରାଲ ହେବା ପରେ ଏମାନଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା ।

Leave A Reply

Your email address will not be published.