ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୧୦ଗୁଣ ଅଧିକ ଅନୁଦାନ; ଆଶ୍ୱିନ ବୈଷ୍ଣବ

0

ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ଅନୁଦାନ ମିଳିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି । ରେଳ ବଜେଟରେ ଓଡ଼ିଶା ପାଇଁ ମୋଟ୍ ୯୭୨୩ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । କଂଗ୍ରେସ ସରକାର ତୁଳନାରେ ଓଡ଼ିଶାକୁ ୧୦ଗୁଣ ଅଧିକ ଅନୁଦାନ ମିଳିଛି। ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଉପରେ କେନ୍ଦ୍ର ସରକର ବିଶେଷ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ସେ ପ୍ରଧାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏଣିକି ପ୍ରକଳ୍ପ ପାଇଁ ଆଉ ରହିବିନି ପାଣ୍ଠିର ଅଭାବ । ଅଧିକ ଜମି ମିଳିଲେ ପ୍ରକଳ୍ପ କାମ ଆଗେଇ ଚାଲିବ । ଜମି ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

୨୦୧୪ରୁ ୧୯ ମଧ୍ୟରେ ପୂର୍ବ ସରକାର ଓଡ଼ିଶାକୁ ଯେଉଁ ରେଳବଜେଟ ଦେଉଥିଲେ ତାହାର ୪ ଗୁଣା ଅଧିକ ବଜେଟ ଦେଲେ ମୋଦୀ ସରକାର । ପ୍ରତ୍ୟେକ ବର୍ଷ ହାରାହାରି ୪୧୨୬ କୋଟି ଟଙ୍କାର ବଜେଟ ଏହି ସମୟରେ ଓଡ଼ିଶାକୁ ମିଳିଥିଲା । ୨୦୧୯-୨୦ରେ ୪୫୬୮, ୨୦-୨୧ରେ ୫୨୯୬ କୋଟି, ୨୦୨୧-୨୨ରେ ୫୯୨୧ କୋଟି, କାମର ଗତି ଦେଖିବା ପରେ ଅତିରିକ୍ତ ୫୫୦ କୋଟି ପ୍ରଦାନ କରିଥିଲେ । ଏଥର ରେଳ ପାଇଁ ଓଡ଼ିଶାକୁ ରେକର୍ଡ ଅନୁଦାନ ଦେଇଛନ୍ତି । ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସବୁଠୁ ବଡ ଚ୍ୟାଲେଞ୍ଜ, ଏହା ସ୍ଵତ୍ତେ ମଧ୍ୟ ବିଭିନ୍ନ ପ୍ରକଳ୍ପ ଆଗେଇ ଚାଲିଛି । ଉଭୟ ସରକାର ମିଶି କାମ କଲେ ଆହୁରି ଶୀଘ୍ର କାମ ହେବ ଏବଂ ନୂଆ ନୂଆ ପ୍ରକଳ୍ପ ମଧ୍ୟ ଆରମ୍ଭ ହେବ । ଅନୁଦାନ ଯୋଗାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ପ୍ରକଳ୍ପ ପାଇଁ ଆବଶ୍ୟକ ପାଣ୍ଠିର ଆଉ ଅଭାବ ରହିବନି । ପ୍ରକଳ୍ପ ପାଇଁ ସ୍ଥାନୀୟ ସମସ୍ୟା ଦୂର କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ରେଳମନ୍ତ୍ରୀ ।

Leave A Reply

Your email address will not be published.