ଓଡ଼ିଶା ହାଇକୋର୍ଟକୁ ପୁରୁଛି ୭୫ ବର୍ଷ, ଆଜି ପ୍ରକାଶ ପାଇବ ୭୫ ରାୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୬ ତାରିଖରେ ଓଡିଶା ହାଇକୋର୍ଟ ପ୍ରତିଷ୍ଠାକୁ ପୂରିବାକୁ ଯାଉଛି ୭୫ ବର୍ଷ । ଏହି ଅବସରରେ ଆଜି ହାଇକୋର୍ଟରେ ଗୋଟିଏ ବେଞ୍ଚରେ ୭୫ଟି ରାୟ ପ୍ରକାଶ ପାଇବାକୁ ଯାଉଛି। ଏହି ରାୟ ପ୍ରକାଶ ହେଲେ ଚିର ସ୍ମରଣୀୟ ରହିବ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଏହି ରାୟ ପ୍ରକାଶ ପାଇବ। ଜେଲ୍ କ୍ରିମିନାଲ ଅପିଲ, କ୍ରିମିନାଲ ରିଭ୍ୟୁ ପିଟିସନ୍ ଉପରେ ଏହି ରାୟ ପ୍ରକାଶ ପାଇବାକୁ ଯାଉଛି। ଅନ୍ୟପଟେ ଆସନ୍ତା ୨୬ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେବା ଲାଗି ଓଡିଶା ଆସୁଛନ୍ତି।

ସୂଚନା ଥାଉକି, ୧୯୧୬ ମସିହାରେ ବିହାର ହାଇକୋର୍ଟର ସର୍କିଟ ବେଞ୍ଚ୍ କଟକରେ ଆରମ୍ଭ ହୋଇଥିଲା। ଏହି ବେଞ୍ଚ୍ ଚାଲିଥିବା ବେଳେ ସ୍ୱାଧିନତାର ପରବର୍ଷ ଅର୍ଥାତ୍ ୧୯୪୮ ମସିହା ଜୁଲାଇ ୨୬ ତାରିଖରେ କଟକରେ ବିଧିବଦ୍ଧ ଭାବେ ଓଡ଼ିଶା ହାଇକୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲା। ଚଳିତ ବର୍ଷ ହାଇକୋର୍ଟ ପ୍ରତିଷ୍ଠାକୁ ୭୫ ବର୍ଷ ପୂରିଛି। ଗତ ପ୍ରାୟ ବର୍ଷ ଧରି ହାଇକୋର୍ଟର ୭୫ ବର୍ଷ ପ୍ରତିଷ୍ଠା ଉତ୍ସବକୁ ହୀରକ ଜୟନ୍ତୀ ଉତ୍ସବ ଭାବେ ପାଳନ କରାଯାଇ ଆସୁଛି। ଏହି ଅବସରରେ ହାଇକୋର୍ଟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଭଳି ଏକ ସମୟରେ ସଂଯୋଗବଶତଃ ଉଦ୍‌ଯାପନୀ ଉତ୍ସବର ମାତ୍ର ଗୋଟେ ଦିନ ପୂର୍ବରୁ ଗୋଟିଏ ଦିନରେ ୭୫ଟି ରାୟ ଆସିବା ଏକ ବିରଳ ରେକର୍ଡ ଚଚବାକୁ ଯାଉଛି।

Leave A Reply

Your email address will not be published.