ଆଉ ଜଣେ ବୀର ଯବାନଙ୍କୁ ହରାଇଲା ଓଡ଼ିଶା, ମଣିପୁର ଆସାମ ରାଇଫଲରେ କାର୍ଯ୍ୟରତ ଥିଲେ ସହିଦ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଉ ଜଣେ ବୀର ଯବାନଙ୍କୁ ହରାଇଲା ଓଡ଼ିଶା। ଆସାମ ରାଇଫଲ ରେ କାର୍ଯ୍ୟରତ ଯବାନ ନିଳାଞ୍ଚଳ ପଟେଲ ସହିଦ ହୋଇଯାଇଥିବା ସୂଚନା ଆସିଛି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁ ନିଳାଞ୍ଚଳ ପଟେଲ ୨୦୦୦ ମସିହାରେ ଆସାମ ରାଇଫଲ ରେ ଯୋଗଦାନ କରିଥିଲେ । ସେ ଆସନ୍ତା ବର୍ଷ ୨୦୨୪ ରେ କାର୍ଯ୍ୟ ରୁ ଅବସର ନେଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ଗତ ଶୁକ୍ରବାର ରାତିର ଅନ୍ୟ ଯବାନ ଙ୍କ ସହ ରାତ୍ରୀକାଳୀନ ଡ୍ୟୁଟି ରେ ଥିବାବେଳେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଛି ।

ସହିଦ ଯବାନ ନିଳାଞ୍ଚଳ ପଟେଲଙ୍କ ମୃତ୍ୟୁ ଖବର ପାଇ ଜନ୍ମ ମାଟି ବାଘପାଲି ଠାରୁ ସାରା ଜିଲ୍ଲାରେ ଶୋକାକୁଳ ପରିବେଶ ରହିଛି । ତାଙ୍କ ପଛରେ ବୃଦ୍ଧା ମା, ପତ୍ନୀ ରାଶେଶ୍ବରୀ ପଟେଲ, ଦୁଇ ଝିଅ ରୀନା ଏବଂ ରାନୁ ପଟେଲଙ୍କ ସହ ବଡ଼ଭାଇ ନୀଳାମ୍ବର ପଟେଲ ଓ ଭାଉଜ ମଞ୍ଜୁଲତା ପଟେଲ ଅଛନ୍ତି । ସହିଦ ଯବାନଙ୍କ ମରଶରୀର ଏକ ସ୍ବତନ୍ତ୍ର ବିମାନରେ କଲିକତା ଅଣାଯିବ ସେଠାରୁ ଏକ ଗାଡ଼ିରେ ଜନ୍ମ ମାଟି ବାଘପାଲି ଗାଁରେ ଆସନ୍ତାକାଲି ମରଶରୀର ପହଞ୍ଚିବ।

Leave A Reply

Your email address will not be published.