କ୍ଷୀର ଅପମିଶ୍ରଣ ବେଳେ ରେଡ୍‌

0

ଓଡ଼ିଆ ନ୍ୟୁଜ୍:କ୍ଷୀର ଅପମିଶ୍ରଣ ବେଳେ ପୋଲିସର ଚଢ଼ାଉ।ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ରେଡ୍‌।ସମ୍ବଲପୁରରୁ କଟକର ଏକ କମ୍ପାନୀକୁ ଯାଉଥିବା ବେଳେ ଧରାପଡ଼ିଲାକ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ଫେରାର୍‌।ଘଟଣାସ୍ଥଳରୁ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ।ଲୁଣ, ପାଉଡର୍ ଓ କେମିକାଲକୁ କ୍ଷୀରରେ ଅପମିଶ୍ରିତ କରୁଥିବା ସୂଚନା।

ପ୍ଲାଣ୍ଟରେ କ୍ଷୀର ପ୍ରୋସେସିଂ ପୂର୍ବରୁ ହୋଇଯାଉଛି ହେରଫେର। ଅଧାବାଟରେ ହେଉଛି କାରସାଦି। ଟ୍ୟାଙ୍କରରୁ ଭଲ କ୍ଷୀର କାଢି ନିଆଯାଇ ସେଥିରେ ଲୁଣ, ପାଉଡର ଓ କିଛି କେମିକାଲ ମଶାଇ ଦିଆଯାଉଛି। ପରେ ଯେତିକି ଥିଲା ତାହା ସମାନ କରି ପହଞ୍ଚା ଯାଉଛି। ଜାତୀୟ ରାଜପଥ କଡରେ ଅନ୍ଧାର ରାତିରେ ଖୁଲମଖୁଲା ଚାଲୁଛି କ୍ଷୀର ଅପମିଶ୍ରଣ ।ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରଣ ଚାଲିଥିଲା ବେଳେ ସାମାନାକୁ ଆସିଛି ପୂରା ଘଟଣା । ଏ ଖବର ପୋଲିସ ପାଖରେ ପହଞ୍ଚିବା ପରେ ହଠାତ ଚଢଉ କରିଥିଲା ଆଉ ପୋଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ।

Leave A Reply

Your email address will not be published.