ଓଡ଼ିଆ ନ୍ୟୁଜ୍:ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି।ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ। କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ନିର୍ଦ୍ଦେଶ। ‘ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ’।ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ପୋଲିସର ଅନୁରୋଧ’।
‘ମଦ ପିଇ ଗାଡ଼ି ଚଳାଇଲେ ଚାଳକ ଅଟକ ସହ ଗାଡ଼ି ଜବତ ହେବ’।’ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶନାମା ଜାରି।ବେଆଇନ୍ ବାଣ ବିକ୍ରି କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’। ‘ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ ଓ ମନ୍ଦିର ପାଖରେ ବାଣ ଫୁଟାକୁ ବାରଣ’।’ଖୋଲା ଜାଗାରେ ସବୁଜ ବାଣ ଫୁଟାଇବା ପାଇଁ ବିଶେଷ ଅନୁରୋଧ।