ଓଡ଼ିଆ ନ୍ୟୁଜ୍: କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ରଖିଲେ ପ୍ରଥମ ପ୍ରତିକ୍ରିୟା।ନବବର୍ଷ ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।’ଦାୟିତ୍ଵ ଗ୍ରହଣ ପରେ ମୁଁ ପ୍ରଥମେ ପୁରୀ ଯାଇଥିଲି’। ନିଜ ପାଇଁ ଓ ରାଜ୍ୟ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲି’। ‘ଆମେ ସମସ୍ତେ ମିଶି କରି ବହୁତ କିଛି ନୂଆ କରିବା’।’ଗୋଟିଏ ବୈଠକ ହୋଇଛି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି’। ‘ପ୍ରଥମ ଦିନରେ ଆମେ ସବୁଠାରୁ ଅଧିକ କାମ କରିବୁ। ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି, ଆଉ କ’ଣ ହୋଇପାରିବ।ଆଜି ସବୁ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।୧୯୯୧ ବ୍ୟାଚ୍ର ଆଇଏଏସ୍ ଅଫିସର୍ ଅନୁ ଗର୍ଗ।
ଆମେ ସମସ୍ତେ ମିଶି କରି ବହୁତ କିଛି ନୂଆ କରିବା। ଗୋଟିଏ ବୈଠକ ହୋଇଛି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିସାରିଛି। ପ୍ରଥମ ଦିନରେ ଆମେ ସବୁଠାରୁ ଅଧିକ କାମ କରିବୁ ବୋଲି ସେ କହିଛନ୍ତି।ଏଥିସହିତ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି, ଆଉ କ’ଣ ହୋଇପାରିବ ସେନେଇ ଆଲୋଚନା ଜାରି ରହିବ। ଆଜି ସବୁ ସଚିବଙ୍କ ସହ ବୈଠକ ରହିଛି।