ସ୍କୁଲ ନ ଗଲେ ଘରକୁ ଯିବେ ଶିକ୍ଷକ

0

ଓଡ଼ିଆ ନ୍ୟୁଜ୍: ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ୍‌ କର୍ତ୍ତୃପକ୍ଷ।ସପ୍ତାହେ ପିଲା ସ୍କୁଲ୍‌ରେ ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ।ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଲା ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ।କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ୍ କର୍ତ୍ତୃପକ୍ଷ। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ଅନୁଯାୟୀ, ଗତ ଡିସେମ୍ବର ୨୬ ତାରିଖରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଏଥିରେ ଡ୍ରପ୍ ଆଉଟ୍ ହାର ରୋକିବା, ଶିଶୁ ଶ୍ରମିକ ରୋକିବା ଓ ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁଥି ପାଇଁ ଯଦି କୌଣସି ପିଲା ଏକ ସପ୍ତାହ ଧରି ସ୍କୁଲ ନଆସେ ତେବେ ତା ଘରକୁ ସ୍କୁଲ ଶିକ୍ଷକ ଯିବେ । ଆବଶ୍ୟକ ହେଲେ ପ୍ରଧାନଶିକ୍ଷକ, ସ୍କୁଲ ପରିଚାଳନା କମିଟି(ଏସ୍ଏମ୍‌ସି) ସଦସ୍ୟ ଘରକୁ ଯିବେ।

ସିଧାସଳଖ ପିଲାର ବାପା, ମା’ଙ୍କ ସହ ଆଲୋଚନା କରିବେ। କ’ଣ ପାଇଁ ସ୍କୁଲ ଅଧାରୁ ଛାଡ଼ିଛି ତାର କାରଣ ପଚାରିବେ । ଏହା ପଛରେ ସାମାଜିକ-ଅର୍ଥନୈତିକ, ପ୍ରବାସୀ ଶ୍ରମିକ କିମ୍ବା ଅନ୍ୟ କାରଣ କଣ ରହିଛି ତା ବୁଝିବେ । ଏପରିକି ପିଲାଙ୍କୁ ପୁଣି ଥରେ ସ୍କୁଲରେ ନାମ ଲେଖାଇବେ। ଏହା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାର୍ଯ୍ୟକାରୀ ବାଧ୍ୟତାମୂଳକ ବୋଲି କୁହାଯାଇଛି।

Leave A Reply

Your email address will not be published.