ଓଡ଼ିଶା ଆସିବେ ନିତିନ ନବୀନ

0

ଓଡ଼ିଆ ନ୍ୟୁଜ୍: ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ।ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନ।ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।’ନିଗମ ବୋର୍ଡ ନେଇ ଆଲୋଚନା ହୋଇଛି, ଖୁବଶୀଘ୍ର ଘୋଷଣା ହେବ’। ଚଳିତ ଥର ଦିଲ୍ଲୀ ଗସ୍ତ ସମୟରେ ମୁଁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ସହିତ ଭେଟ ହୋଇଥିଲା । ରାଜ୍ୟର ବିକାଶ ସଂପର୍କିତ କାର୍ଯ୍ୟ ସଂପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ମୁଁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲି । ସେ ବି ମୋ ଅନୁରୋଧକୁ ସ୍ୱୀକାର କରିଛନ୍ତି, ଏବଂ ଖୁବଶୀଘ୍ର ଓଡ଼ିଶା ଆସିବେ ବୋଲି ଜଣାଇଛନ୍ତି । ହେଲେ କେବେ ଓଡ଼ିଶା ଗସ୍ତରେ ଆସିବେ, ସେନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଠାରୁ ସଠିକ୍ ତାରିଖ ଘୋଷଣା ହେବା ପରେ ଗଣମାଧ୍ୟମକୁ ଜଣାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୪୫ ବର୍ଷୀ ନୀତିନ ନବୀନ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରରେ ସଡ଼କ ନିର୍ମାଣ ମନ୍ତ୍ରୀ ଅଛନ୍ତି। ବିହାରର ରାଜଧାନୀ ପାଟନାରେ ବାସିନ୍ଦା ନୀତିନ ନବୀନ । ବାପା ନବୀନ କିଶୋର ପ୍ରସାଦ ସିହ୍ନ ବିଜେପିର ଜଣେ ନେତା ଥିଲେ । ସେ ବିଧାୟକ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । ତେବେ ବାପାଙ୍କ ମୃତ୍ୟୁ ପରେ ନୀତିନ ନବୀନ ରାଜନୀତିରେ ଏଣ୍ଟ୍ରି କରିଥିଲେ । ପାଟନାର ବାଙ୍ଗୀପୁର ବିଧାନସଭା ଆସନରୁ ବିଧାୟକ ଭାବେ ଚୟନ ହୋଇଥିଲେ । ଏବେ ଯାଏଁ ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୬ରେ ଉପନିର୍ବାଚନରେ ବିଜୟୀ ହୋଇ ସେ ପ୍ରଥମେ ବିଧାନସଭାକୁ ଯାଇଥିଲେ। ସେତେବେଳେ ସେ ପାଟନା ୱେଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ।

Leave A Reply

Your email address will not be published.