ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ଜବାବ

0

ଓଡ଼ିଆ ନ୍ୟୁଜ୍: ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ । ଭାଷଣ ଆଳରେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍ ପ୍ରସଙ୍ଗ । ପାଣ୍ଡିଆନଙ୍କୁ ଜବାବ ଦେଲେ ରଣେନ୍ଦ୍ର ସ୍ୱାଇଁ । କହିଲେ ଖାଲି ବିଧାୟକ ହୋଇ ଭୋଟ ମାଗିଲେ ହେବ ନାହିଁ । ନବୀନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ପାଣ୍ଡିଆନ କୁଆଡ଼େ କହିଥିଲେ ‘ଆଇ ଆମ ଡାଉନ୍ ବଟ୍ ନଟ ଆଉଟ୍’ ।

ଏହି ଉକ୍ତିକୁ ନେଇ ରଣେନ୍ଦ୍ର ସିଧା ପାଣ୍ଡିଆନଙ୍କ ନାଁ ନନେଇ ତାଚ୍ଛଲ୍ୟ କରିବା ସହ ସ୍ମିତ ହାସ୍ୟ ଦେଇଥିଲେ । ଆଠଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ତେରେଛା ବାଣ ମାରିଛନ୍ତି ରଣେନ୍ଦ୍ର ।କେବଳ ସେତିକି ନୁହେଁ ସ୍ରୋତ ବିରୋଧରେ ଚାଲିବା ପ୍ରସଙ୍ଗ ହେଉ କି ବିଧାୟକ ହୋଇ ଖାଲି ଭୋଟ ମାଗିବା ପ୍ରସଙ୍ଗ ଉଠାଇ ଥିଲେ ରଣେନ୍ଦ୍ର । ସଭାମଞ୍ଚରେ ବିଜେଡିର ଜଣେ ବରିଷ୍ଠଙ୍କ ଏଭଳି ପରୋକ୍ଷ ଇଙ୍ଗିତ ଦଳରେ କିଛି ଠିକ୍ ଠାକ୍ ଚାଲିନଥିବା ଆଡ଼କୁ ଇଙ୍ଗିତ କରୁଛି ।

Leave A Reply

Your email address will not be published.