ରାଜ୍ୟ ସରକାରଙ୍କୁ ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାନ କଲା ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା କ୍ଷଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମ ର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ ଏହି ପରିମାଣ ର ଚେକ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟ ଯେ ୨୦୧୮-୧୯ ବର୍ଷରେ ଓଡିଶା କ୍ଷଦ୍ରଶିଳ୍ପ ନିଗମ ସମସ୍ତ କର ପ୍ରଦାନ କରି ବା ପରେ ୪,୬୭,୪୬,୯୯୬ ଟଙ୍କା ଲାଭ କରିଥିଲା। ତେଣୁ ରାଜ୍ୟ ସରକାରଙ୍କୁ ନିଗମ ୩୦ ପ୍ରତିଶତ ଲାଭାଂଶ ବାବଦରେ ୧,୪୦,୨୭,୧୦୩ ଟଙ୍କା ପ୍ରଦାନ କରିଛି। ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ଅଣୁ, ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ର ପ୍ରମୁଖ ସଚବ ଶ୍ରୀମତୀ ରଞ୍ଜନା ଚୋପ୍ରା ପ୍ରମୁଖ ଲୋକ ସେବା ଭବନରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.