ନିହାତି ମରାମତି କାମ ପାଇଁ ଆବଶ୍ୟକତା ନଥିଲେ ଏଥର ପାୱାରକଟ୍ ହେବ ନାହିଁ, ସୂଚନା ଟାଟା ପାଓ୍ୱାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌.ସେନ୍‌ବାଗମ୍

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ନିହାତି ମରାମତି କାମ ପାଇଁ ଆବଶ୍ୟକତା ନ ଥିଲେ ଏଥର ପାୱାରକଟ୍ ହେବ ନାହିଁ।  ଓଡ଼ିଶା ଏକ ବିଦ୍ୟୁତ୍‌ବଳକା ରାଜ୍ୟ ହୋଇଥିବାରୁ ଆବଶ୍ୟକ ପରିମାଣର ବିଦ୍ୟୁତ୍ ଶକ୍ତି ଉପଲବ୍ଧ ଅଛି। ତେବେ ତାପଜଶକ୍ତି ଉତ୍ପାଦନରେ ସାମୟିକ ବାଧା ଉପୁଜିଥିଲା ତାହାର ସମାଧାନ କରାଯାଉଛି। ତେବେ ଯଦି କୌଣସି ସ୍ଥାନରେ ପାୱାର କଟ୍ ହେଉଥାଏ, ତେବେ ତାହା ସାମୟିକ ଓ ଲୋ ଭୋଲଟେଜ୍‌କୁ ମରାମତି କରିବା ପାଇଁ ଆବଶ୍ୟକତା କାରଣରୁ ହେଉଛି।

 ମୋଟ ଉପରେ ଏଥର ଖରାଦିନରେ ବିଦ୍ୟୁତ୍‌କାଟ ନ କରିବା ପାଇଁ ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଟିପିସିଓଡ଼ିଏଲର ସିଇଓ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌. ସେନ୍‌ବାଗମ୍ କହିଛନ୍ତି। ଏଥିସହିତ ବିଦ୍ୟୁତ୍‌ଶକ୍ତି ଯୋଗାଣ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସ୍ଥାୟୀ ସମଧାନ ଦିଗରେ ଉଦ୍ୟମ କରାଯାଉଛି ବୋଲି ଟିପିସିଓଡ଼ିଏଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.