ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଣତନ୍ତ୍ର ଦିବସ ପରେଡରେ ଝଲସିବ ଓଡିଶାର ପ୍ରଜ୍ଞାପନ ମେଢ । କର୍ତବ୍ୟପଥରେ ବିଶ୍ୱ ଦେଖିବ ଓଡିଶାର କଳା –ସଂସ୍କୃତିର ଝଲକ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଏଥର ଓଡିଶାର ପ୍ରଜ୍ଞାପନ ମେଢକୁ ସୁଯୋଗ ମିଳିଛି ।
ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚ୍ଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ଚିଠି ପଠାଇଛି । ଚିଠିରେ ଉଲ୍ଲେଖ ହୋଇଛ ଯେ, ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ଲଦାଖ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରରୁ ପ୍ରଜ୍ଞାପନ ମେଢ଼ ପାଇଁ ମନୋନୀତ କରାଯାଇଛି । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି ହୋଇଥିବା ପ୍ରକାଶ । ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା । ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା ।
ଅନ୍ୟପଟେ କୁହାଯାଇଛି ଯେଉଁ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଆସିବ ସେଠାକାର ସରକାରଙ୍କ ଦ୍ବାରା ଏହାକୁ ୨୦୨୪ ଜାନୁଆରି ୧୯ ମଧ୍ୟରେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତି କରାଯିବାର ଆବଶ୍ୟକତା ଅଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆସନ୍ତା ୨୩ ତାରିଖ ଦିନ ପ୍ରଜ୍ଞାପନ ମେଢ଼ଗୁଡ଼ିକର ରିହରସଲ ହେବ। ଗତବର୍ଷ ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ଥାନ ଦିଆନଯିବା ପ୍ରତିବାଦରେ ଓଡ଼ିଶା ପାଇକ ଏକାଡେମି, ସମରକଳା ଏକାଡେମି ସମେତ ଏକାଧିକ ଅନୁଷ୍ଠାନ ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।